ସାମ୍ବାଦିକା ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ବାମୀ, ପଚରାଉଚରା ବେଳେ କହିଲେ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି। ମଧୁମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶ୍ରୀଧରଙ୍କୁ ପୋଲିସ ପଚରାଉଚରା କରିଥିଲେ। ଯାହା ପରେ ଭୁବନେଶ୍ୱରର ଧଉଳି ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟପଟେ, ପଚରାଉଚରା ବେଳେ ସ୍ବାମୀ ଶ୍ରୀଧର କହିଛନ୍ତି, ଆମ ଭିତରେ ସବୁ ଠିକ୍‌ ଚାଲିଥିଲା। ମୁଁ ମଧୁମିତାଙ୍କ ଉପରେ କେବେ ହାତ ଉଠାଇନାହିଁ। ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ […] The post ସାମ୍ବାଦିକା ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ବାମୀ, ପଚରାଉଚରା ବେଳେ କହିଲେ… appeared first on Dharitri Odia News.

ସାମ୍ବାଦିକା ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ବାମୀ, ପଚରାଉଚରା ବେଳେ କହିଲେ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ପୋଲିସ ଗିରଫ କରିଛି। ମଧୁମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶ୍ରୀଧରଙ୍କୁ ପୋଲିସ ପଚରାଉଚରା କରିଥିଲେ। ଯାହା ପରେ ଭୁବନେଶ୍ୱରର ଧଉଳି ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟପଟେ, ପଚରାଉଚରା ବେଳେ ସ୍ବାମୀ ଶ୍ରୀଧର କହିଛନ୍ତି, ଆମ ଭିତରେ ସବୁ ଠିକ୍‌ ଚାଲିଥିଲା। ମୁଁ ମଧୁମିତାଙ୍କ ଉପରେ କେବେ ହାତ ଉଠାଇନାହିଁ।

ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଶେଷ ଭିଡିଓ ଏବେ ଭାଇରାଲ ହେଉଛି। ଗତକାଲି ରାତିରେ ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ  ଉଦ୍ଧାର କରାଯାଇଥିଲା।

The post ସାମ୍ବାଦିକା ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ବାମୀ, ପଚରାଉଚରା ବେଳେ କହିଲେ… appeared first on Dharitri Odia News.