ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ କରିବା ସହ ୩ଜଣଙ୍କୁ ପୁରୁଷୋତ୍ତମପୁର ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ରାଜିବ ତରେଇ,ଗୌତମ ଗୌଡ ଓ ରବିନ୍ଦ୍ର ଗୌଡ । କେସନଂ ୨୭୮/୨୫ରେ ତଦନ୍ତ ଚାଲଥିବା ଆଇଆଇସି ରାଜେଶକୁମାର ନାୟକ କହିଛନ୍ତି । ସୂଚନାଯୋଗ୍ୟ, ରିତିମତ ଭାବରେ ଋଷିକୁଲ୍ୟା ନଦୀରୁ ଏପରି ଗାଡିଗାଡି ବାଲି ଚାଲାଣ ହେବାରେ […] The post ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ କରିବା ସହ ୩ଜଣଙ୍କୁ ପୁରୁଷୋତ୍ତମପୁର ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ରାଜିବ ତରେଇ,ଗୌତମ ଗୌଡ ଓ ରବିନ୍ଦ୍ର ଗୌଡ । କେସନଂ ୨୭୮/୨୫ରେ ତଦନ୍ତ ଚାଲଥିବା ଆଇଆଇସି ରାଜେଶକୁମାର ନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ରିତିମତ ଭାବରେ ଋଷିକୁଲ୍ୟା ନଦୀରୁ ଏପରି ଗାଡିଗାଡି ବାଲି ଚାଲାଣ ହେବାରେ ଲାଗିଛି। ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକ କୁମାର ମିଶ୍ର ନିଜେ ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗାଡି ଉପରେ ସନ୍ଦେହକରି ଗାଡିକୁ ଅଟକାଇ ଯାଞ୍ଚକରିଥିଲେ। ଏହି ସମୟରେ ୱାଇ ଫର୍ମକୁ ନେଇ ସନ୍ଦେହ ଆସିଥିଲା । ଫଳରେ ସେ ତୁରନ୍ତ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାବେଳେ ଏହାନକଲି ବୋଲି ଜଣାପଡିବାରୁ ଗାଡିକୁ ଜବତ କରି ପୁରୁଷୋତ୍ତମପୁର ଥାନାକୁ ହସ୍ତାନ୍ତର କରିଥିଲେ ।ଏଥିସହ ବାଲିଘାଟ ଉପରେ ଚଢାଉ କରି ତଦନ୍ତ ଚଲାଇଛନ୍ତି ।ଏଭଳି ନକଲି ୱାଇଫର୍ମ ଦେଇ ଚୋରାଇ ନେଉଥିବା ବାଲିମାଫିଆଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡିପିଓ ଡ.ଦୀପକକୁମାର ମିଶ୍ର କହିଛନ୍ତି । ଏହାକୁ ନେଇ ଛନକା ପଶିବାରୁ ଆଉ କେତେକ ଗାଁଛାଡି ରାତାରାତି ଫେରାର ହୋଇଯାଇଛନ୍ତି।
The post ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.