ଚାଇନାକୁ ପାନେ ଦେଲା ଭାରତ
ନୂଆଦିଲ୍ଲୀ,୧୮।୩: ସ୍ମାର୍ଟଫୋନ ଉତ୍ପାଦନରେ ଚାଇନା ବହୁତ ମଜଭୁତ। କିନ୍ତୁ ଏହି ଏକଚାଟିଆକୁ ଭାଙ୍ଗିବା ପାଇଁ ଆମେରିକୀୟ କମ୍ପାନୀଗୁଡିକ ଚାଇନାରୁ ଭାରତକୁ ଆସି ଉତ୍ପାଦନ ଆରମ୍ଭ କଲେ। କିଛି ବର୍ଷ ମଧ୍ୟରେ ଭାରତ ଚାଇନାକୁ ପାନେ ଦେବା ଆରମ୍ଭ କରିଛି। ଭାରତ ବର୍ତ୍ତମାନ ପ୍ରତି ଘଣ୍ଟାରେ ୪.୪୩ କୋଟି ଟଙ୍କା ମୂଲ୍ୟର ସ୍ମାର୍ଟଫୋନ ରପ୍ତାନି କରୁଛି। ବିଶେଷ କଥା ହେଉଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଏହି ରପ୍ତାନି ଗତ ବର୍ଷର ମୋଟ ରପ୍ତାନି ତୁଳନାରେ […] The post ଚାଇନାକୁ ପାନେ ଦେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୩: ସ୍ମାର୍ଟଫୋନ ଉତ୍ପାଦନରେ ଚାଇନା ବହୁତ ମଜଭୁତ। କିନ୍ତୁ ଏହି ଏକଚାଟିଆକୁ ଭାଙ୍ଗିବା ପାଇଁ ଆମେରିକୀୟ କମ୍ପାନୀଗୁଡିକ ଚାଇନାରୁ ଭାରତକୁ ଆସି ଉତ୍ପାଦନ ଆରମ୍ଭ କଲେ। କିଛି ବର୍ଷ ମଧ୍ୟରେ ଭାରତ ଚାଇନାକୁ ପାନେ ଦେବା ଆରମ୍ଭ କରିଛି। ଭାରତ ବର୍ତ୍ତମାନ ପ୍ରତି ଘଣ୍ଟାରେ ୪.୪୩ କୋଟି ଟଙ୍କା ମୂଲ୍ୟର ସ୍ମାର୍ଟଫୋନ ରପ୍ତାନି କରୁଛି। ବିଶେଷ କଥା ହେଉଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଏହି ରପ୍ତାନି ଗତ ବର୍ଷର ମୋଟ ରପ୍ତାନି ତୁଳନାରେ ୨୫୩ ପ୍ରତିଶତ ବୃଦ୍ଧି ପାଇଛି।
ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଡିସେମ୍ବର ମଧ୍ୟରେ ଆମେରିକାକୁ ଭାରତର ସ୍ମାର୍ଟଫୋନ ରପ୍ତାନି ୩.୫୩ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧିରେ ୯୯୮ ମିଲିୟନ ଡଲାର ଥିଲା। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଡିସେମ୍ବର ମଧ୍ୟରେ ସ୍ମାର୍ଟଫୋନ ରପ୍ତାନିରେ ଭାରତର ଅଂଶ ୭.୭୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଦୁଇ ପ୍ରତିଶତ ଥିଲା।
ଏହା ସହ ଭାରତ ଆମେରିକାର ତୃତୀୟ ବୃହତ୍ତମ ସ୍ମାର୍ଟଫୋନ ରପ୍ତାନିକାରୀ ହୋଇପାରିଛି। ଚାଇନା ପ୍ରଥମ ସ୍ଥାନରେ ଏବଂ ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି।
The post ଚାଇନାକୁ ପାନେ ଦେଲା ଭାରତ appeared first on Dharitri Odia News.