ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗଜିର୍ଜିଲା କଂଗ୍ରେସ
ନୂଆପଡ଼ା,୧୬ା୭ (ମକାରୁ ବେମାଲ):ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନୂଆପଡ଼ା ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ବରିଷ୍ଠ ନେତା ଘାସିରାମ ମାଝିଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଲୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା […] The post ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗଜିର୍ଜିଲା କଂଗ୍ରେସ appeared first on Dharitri Odia News.
ନୂଆପଡ଼ା,୧୬ା୭ (ମକାରୁ ବେମାଲ):ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନୂଆପଡ଼ା ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ବରିଷ୍ଠ ନେତା ଘାସିରାମ ମାଝିଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଲୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ସମୟରେ ଜିଲା କଂଗ୍ରେସ ବରିଷ୍ଠ ନେତା ମାଝିଙ୍କ ସମେତ ମୋତି ରାୱାଲ, ଭରତ ଲାଲ ରାଉତ, ଅମିତ କୁମାର ଅହିର, ଶାହରୁଖ ଖାନ, ଜୁନେଦ ଖାନ, ହରି ସିଂ ମାଝି, ଦେବଦତ୍ତ ଦୀକ୍ଷିତ, ଲଲିତ ନାଏକ, ଫାରୁକ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।
The post ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗଜିର୍ଜିଲା କଂଗ୍ରେସ appeared first on Dharitri Odia News.