ସୋନାକ୍ଷୀଙ୍କ ବିବାହ ଭୋଜିରେ ଯୋଗ ଦେବେ ୧୦୦୦ ଅତିଥି, ରାତିସାରା ଚାଲିବ ପାର୍ଟି
ମୁମ୍ବାଇ: ସୋନାକ୍ଷୀ ସିହ୍ନା ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ୭ ବର୍ଷର ବନ୍ଧୁତା ପ୍ରେମରେ ପରିଣତ ହୋଇ ବିବାହରେ ପହଞ୍ଚିଛି। ସୋନାକ୍ଷୀ ଜାହିର ଇକ୍ଓ୍ବାଲଙ୍କୁ ବିବାହ କରିବେ। ସୋନାକ୍ଷୀ ଏବଂ ଜାହିର ଶନିବାର ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ରେଜିଷ୍ଟେଡ୍ ମ୍ୟାରେଜ କରିବାକୁ ଯାଉଛନ୍ତି। ଉଭୟଙ୍କ ଏହି ବିଶେଷ ଦିନକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ସମ୍ପର୍କୀୟ ଏବଂ ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି।ରେଜିଷ୍ଟେଡ୍ ମ୍ୟାରେଜ ପରେ ଆଜି ସନ୍ଧ୍ୟାରେ ଏକ […] The post ସୋନାକ୍ଷୀଙ୍କ ବିବାହ ଭୋଜିରେ ଯୋଗ ଦେବେ ୧୦୦୦ ଅତିଥି, ରାତିସାରା ଚାଲିବ ପାର୍ଟି appeared first on Dharitri Odia News.
ମୁମ୍ବାଇ: ସୋନାକ୍ଷୀ ସିହ୍ନା ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ୭ ବର୍ଷର ବନ୍ଧୁତା ପ୍ରେମରେ ପରିଣତ ହୋଇ ବିବାହରେ ପହଞ୍ଚିଛି। ସୋନାକ୍ଷୀ ଜାହିର ଇକ୍ଓ୍ବାଲଙ୍କୁ ବିବାହ କରିବେ। ସୋନାକ୍ଷୀ ଏବଂ ଜାହିର ଶନିବାର ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାମ୍ନାରେ ରେଜିଷ୍ଟେଡ୍ ମ୍ୟାରେଜ କରିବାକୁ ଯାଉଛନ୍ତି। ଉଭୟଙ୍କ ଏହି ବିଶେଷ ଦିନକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ସମ୍ପର୍କୀୟ ଏବଂ ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି।ରେଜିଷ୍ଟେଡ୍ ମ୍ୟାରେଜ ପରେ ଆଜି ସନ୍ଧ୍ୟାରେ ଏକ ବିବାହ ପାର୍ଟି ହେବାକୁ ଯାଉଛି, ଯେଉଁଥିରେ ୧୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।
ସୋନାକ୍ଷୀ ଏବଂ ଜାହିରଙ୍କ ଏହି ଖୁସିରେ ଉଭୟ ପରିବାର ଏବଂ ସାଙ୍ଗମାନେ ସେମାନଙ୍କ ସହିତ ଅଛନ୍ତି। ବର୍ତ୍ତମାନ ଏହି ବିବାହ ସମ୍ବନ୍ଧୀୟ ଭିଡିଓ ସାମ୍ନାକୁ ଆସିଛି। ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଉଛି। ଆଜି ସନ୍ଧ୍ୟରେ ଆୟୋଜିତ ହେବାକୁ ଥିବା ରିସେପ୍ସନ ପାର୍ଟିରେ ଡିଜେ ଗଣେଶ ଅଭିନୟ କରିବାକୁ ଯାଉଛନ୍ତି। ସେ ଏହି ପାର୍ଟି ସହ ଜଡ଼ିତ ସୂଚନା ଶେୟାର କରିଛନ୍ତି।
ଷ୍ଟାର ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଏହି ପାର୍ଟିକୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଷ୍ଟାର ଏବଂ ସେଲିବ୍ରିଟି ଆସୁଛନ୍ତି। ରାତିସାରା ପାର୍ଟି ଚାଲିବ। ଏହି ପାର୍ଟି ଆଜି ବେଶ୍ ସ୍ବତନ୍ତ୍ର ହେବ ବୋଲି କୁହାଯାଉଛି।
The post ସୋନାକ୍ଷୀଙ୍କ ବିବାହ ଭୋଜିରେ ଯୋଗ ଦେବେ ୧୦୦୦ ଅତିଥି, ରାତିସାରା ଚାଲିବ ପାର୍ଟି appeared first on Dharitri Odia News.