ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍
ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PA ବୈଭବ କୁମାର, ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବୈଭବଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ ଉଠୁଥିବାବେଳେ ସ୍ବାତୀଙ୍କ ସପକ୍ଷରେ ଭାଜପା ବାହାରିଛି। ଏଭଳି ପରିସ୍ଥିତିରେ ସ୍ବାତୀ ମାଲିୱାଲଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏନେଇ କଳ୍ପନାଜଳ୍ପନା ଜାରି […] The post ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୫: ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲ ଏବଂ ତାଙ୍କ ପାର୍ଟି ଆମ ଆଦମୀ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ PA ବୈଭବ କୁମାର, ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବୈଭବଙ୍କୁ ଶନିବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରଶ୍ନ ଉଠୁଥିବାବେଳେ ସ୍ବାତୀଙ୍କ ସପକ୍ଷରେ ଭାଜପା ବାହାରିଛି। ଏଭଳି ପରିସ୍ଥିତିରେ ସ୍ବାତୀ ମାଲିୱାଲଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଏନେଇ କଳ୍ପନାଜଳ୍ପନା ଜାରି ରହିଛି। ଚଳିତ ବର୍ଷ ଜାନୁଆରୀରେ ଏଏପି ଦ୍ୱାରା ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ସ୍ବାତୀଙ୍କ ସହିତ ଦଳର ସମ୍ପର୍କ କାହିଁକି ଅଡୁଆ ହେଲା ଏନେଇ ବିଭିନ୍ନ ଆକଳନ କରାଯାଉଛି। କୁହାଯାଉଛି କି ସେ ଦଳ ପରିବର୍ତ୍ତନ କରିପାରନ୍ତି। ସେ କେଉଁ ଦଳରେ ଯୋଗଦେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଏଏପି ଛାଡିଲେ ତାଙ୍କ ରାଜ୍ୟ ସଭା ସିଟ୍ ତାଙ୍କୁ ହରାଇବାକୁ ପଡିବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଦେଶର ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ, ନିର୍ବାଚିତ ଜନ ପ୍ରତିନିଧୀଙ୍କ ବିଷୟରେ ବିସ୍କୃତ ଆଲୋଚନା ହୋଇଛି। ଆବଶ୍ୟକ ସ୍ଥଳେ ଜଣେ ସାଧାରଣ ପ୍ରତିନିଧୀ କେବଳ ଦୁଇଟି ପରିସ୍ଥିତିରେ ଅଯୋଗ୍ୟ ହୋଇପାରିବେ। ପ୍ରଥମେ, ଯଦି ସେ ସ୍ବେଚ୍ଛାକୃତ ଭାବରେ ତାଙ୍କ ପଦ ଛାଡିଦିଅନ୍ତି କିମ୍ବା ଇସ୍ତଫା ଦିଅନ୍ତି । ଦ୍ୱିତୀୟ, ସେ ଗୃହରେ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ ଦିଅନ୍ତି କିମ୍ବା ଭୋଟ ଦେବା ଦିନ ଅନୁପସ୍ଥିତ ରୁହନ୍ତି। ଏପରି କରିବା ଦ୍ୱାରା ସେ ନିଜ ସଦସ୍ୟତା ହରେଇ ପାରନ୍ତି।
ଏହାର ଅର୍ଥ ଯଦି AAP ସ୍ବାତୀ ମାଲିୱାଲଙ୍କୁ ଦଳରୁ ନିଲମ୍ବନ କରେ ତା’ ପରେ ମଧ୍ୟ ସେ ରାଜ୍ୟ ସଭାରେ ଦଳର ଏମପି ରହିବେ। ଏବଂ ତାଙ୍କୁ ଦଳର ସବୁ ନିର୍ଦ୍ଦେଶକୁ ଗୃହରେ ମାନିବାକୁ ପଡ଼ିବ। କିନ୍ତୁ, ଯଦି AAP ତାଙ୍କୁ ଦଳରୁ ବହିଷ୍କାର କରେ, ତେବେ ସେ ସ୍ବୟଂଚାଳିତ ଭାବରେ ଗୃହରେ ଜଣେ ସ୍ବାଧୀନ ଏମପି ହେବେ । ଗୃହରେ AAP ର କୌଣସି ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ ହେବେ ନାହିଁ ।
ଦଶମ ସୂଚୀରେ ଦଳବଦଳ ଆଇନକୁ ନେଇ କୁହାଯାଇଛି ଯେ, ଯଦି ସେ ନିଜେ ଇସ୍ତଫା ଦିଅନ୍ତି କିମ୍ବା ଯଦି ସେ ଦଳ ଦଳ ଦ୍ୱାରା ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି ତେବେ ରାଜ୍ୟ ସଭାରେ ସେ ଅଯୋଗ୍ୟ ଘୋଷଣା ହେବେ।
ତେବେ AAP ସ୍ବାତୀ ମାଲିୱାଲଙ୍କୁ ନିଲମ୍ବନ କି ବହିଷ୍କାର କରିବ କି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଇନ ଅନୁଯାୟୀ ଦଳ ତାଙ୍କୁ ବହିଷ୍କାର କଲେ ସ୍ବାତୀ ରାଜ୍ୟ ସଭାରେ ସ୍ବାଧୀନ ପ୍ରାର୍ଥ ତ ରହିବେ କିନ୍ତୁ କୌଣସି ଦଳରେ ଯୋଗ ଦେଇ ପାରିବେ ନାହିଁ। ଆଉ ଗୋଟିଏ ଦଳରେ ଥାଇ ଯଦି ସେ ଅନ୍ୟ ଏକ ଦଳରେ ଯୋଗ ଦିଅନ୍ତି ତେବେ ସେ ନିଜର ସଦସ୍ୟତା ହରାଇବେ।
The post ଏଏପି ଛାଡ଼ିବେ ସ୍ବାତୀ ମାଲିଓ୍ବାଲ! ଦଳ ଛାଡିଲେ ହରେଇବେ ରାଜ୍ୟ ସଭା ସିଟ୍ appeared first on Dharitri Odia News.