୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୫।୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିଲେ। ବିମାନ ଚଳାଚଳ ସମ୍ବନ୍ଧୀୟ ସୂତ୍ର ଶନିବାର ପାକିସ୍ତାନୀ ମିଡିଆ ଅର୍ଗାନାଇଜେଶନ ଜିଓ ନ୍ୟୁଜକୁ ଏହି ସୂଚନା ଦେଇଛି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ପିସିସିଏ) ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ […] The post ୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା appeared first on Dharitri Odia News.

୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୫।୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିଲେ। ବିମାନ ଚଳାଚଳ ସମ୍ବନ୍ଧୀୟ ସୂତ୍ର ଶନିବାର ପାକିସ୍ତାନୀ ମିଡିଆ ଅର୍ଗାନାଇଜେଶନ ଜିଓ ନ୍ୟୁଜକୁ ଏହି ସୂଚନା ଦେଇଛି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ପିସିସିଏ) ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଯାଉଥିବା ଏକ ବିମାନ ପୋଲାଣ୍ଡରୁ ନୂଆଦିଲ୍ଲୀକୁ ଫେରୁଥିବା ବେଳେ ପାକିସ୍ତାନର ଆକାଶ ସୀମା ଦେଇ ଯାଇଥିଲା।

ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସକାଳ ୧୦ଟା୧୫ରେ ପାକିସ୍ତାନୀ ଏୟରସ୍ପେଶରେ ପ୍ରବେଶ କରି ପାକିସ୍ତାନର ଆକାଶ ମାର୍ଗରେ ୪୬ ମିନିଟ ବିତାଇବା ପରେ ସକାଳ ପ୍ରା ୧୧ଟା ୦୧ରେ ଫେରି ଆସିଥିଲା। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନ ଚିତ୍ରାଲ ଦେଇ ପାକିସ୍ତାନୀ ଆକାଣମାର୍ଗରେ ପ୍ରବେଶ କରି ଭାରତର ଅମୃତସରରେ ପ୍ରବେଶ କରିବା ପୂର୍ବରୁ ଇସଲାମାବାଦ ଏବଂ ଲାହୋରର ଏୟାର ସ୍ପେଶ ଅଞ୍ଚଳ ଦେଇ ଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଜଧାନୀ କ୍ୱିଭକୁ ଯାଉଥିବାବେଳେ ପୋଲାଣ୍ଡର ରାଜଧାନୀ ୱାର୍ସକୁ ଯାଇଥିଲେ। କ୍ୱିଭରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୦୧୯ରେ ପାକିସ୍ତାନ ନାଗରିକ ବିମାନ ଉଡ଼ାଣ ପାଇଁ ସମସ୍ତ ବାୟୁ ସୀମା ପ୍ରତିବନ୍ଧକକୁ ହଟାଇ ଦେଇଥିଲା। ସେ ନିଜ ଅଞ୍ଚଳରେ ଏକ ପ୍ରମୁଖ ଗମନାଗମନ ଏୟାର କରିଡର ଖୋଲିଥିଲା। ଭାରତ ସହ ସାମରିକ ବିବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହାର ଆକାଶ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏକ କନଭେନ ଉପରେ ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିଲା।

The post ୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା appeared first on Dharitri Odia News.