ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍, ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ ଆସାମ ଯାଏ FIR ରୁଜୁ ହୋଇଛି। ତାଙ୍କ କେସ୍ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ଲଢ଼ୁଛନ୍ତି, ଯିଏ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ। ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଆଲ୍ଲାହାବାଦିଆଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫ୍ଆଇଆର୍ ରଦ୍ଦ କରିବାକୁ ଦାବି କରି ତତ୍କାଳ ଶୁଣାଣି […] The post ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍, ଜାଣନ୍ତୁ ସେ କିଏ… appeared first on Dharitri Odia News.
ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ ଆସାମ ଯାଏ FIR ରୁଜୁ ହୋଇଛି। ତାଙ୍କ କେସ୍ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ଲଢ଼ୁଛନ୍ତି, ଯିଏ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ।
ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଆଲ୍ଲାହାବାଦିଆଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫ୍ଆଇଆର୍ ରଦ୍ଦ କରିବାକୁ ଦାବି କରି ତତ୍କାଳ ଶୁଣାଣି ଲାଗି ଅନୁରୋଧ କରିଥିଲେ। ରଣବୀରଙ୍କ ଦାବିକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖନ୍ନା ଖାରଜ କରିଦେଇଛନ୍ତି। ଏହାପରେ ଯାଚିକାଗୁଡ଼ିକ ଦୁଇ ତିନି ଦିନ ମଧ୍ୟରେ କୋର୍ଟର ପ୍ରୋସିଡିଂରେ ତାଲିକା କରାଯିବ।
ତେବେ ଅଭିନବ, ୟୁଟ୍ୟୁବର ରଣବୀରଙ୍କ ବିରୋଧରେ ଦାଖଲ କରାଯାଇଥିବା ଭିନ୍ନ ଭିନ୍ନ ରାଜ୍ୟରେ କରାଯାଇଥିବା ମାମଲାରେ ଏକାସହ ଶୁଣାଣୀ କରିବାର ନିର୍ଦ୍ଦେଶ ଦେବାର ଦାବି ନେଇ ଯାଇଥିଲେ। ଏହି ମାମଲାରେ ତତ୍କାଳ ଶୁଣାଣି ଦାବି କରାଯାଇଥିଲା। ହେଲେ କୋର୍ଟ ଏହାକୁ ମନା କରି ଆଗାମୀ ଦୁଇରୁ ତିନି ଦିନରେ ତାହା ଉପରେ ଯାଚିକା ଉପରେ ଶୁଣାଣି ହେବ ବୋଲି କହିଛନ୍ତି।
କହିରଖୁଛୁ, ଅଭିନବ ପୂର୍ବତନ ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ। ସେ ନିଜର ବାପା ଏବଂ ଜେଜେବାପାଙ୍କ ଭଳି ପେସାରେ ଓକିଲ। ଅଭିନବ ବମ୍ବେ ହାଇକୋର୍ଟରେ ଅଭ୍ୟାସ କରୁଛନ୍ତି। ସେ ନିଜର ପୁସ୍ତକ ଏବଂ ଲେଖାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନବ ନିଜ ବାପାଙ୍କ ଭଳି ହାଓ୍ବାର୍ଡ ଲ’ ସ୍କୁଲରୁ LL.M କରିଛନ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ର଼୍ୟାଙ୍କ ହୋଲ୍ଡର ଅଟନ୍ତି। ୨୦୦୩ ରୁ ୨୦୦୮ ମଧ୍ୟରେ ଅଭିନବ ପଢ଼ାରେ ସର୍ବଦା ପ୍ରଥମ ସ୍ଥାନ ହାସଲ କରିଛନ୍ତି।
The post ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍, ଜାଣନ୍ତୁ ସେ କିଏ… appeared first on Dharitri Odia News.