ମୁଁ ବି ଶୋଇଥିଲି ହଠାତ୍‌ ରାତି ୩ରେ ୨ଜଣ ପଶି…ଆରଜି କଲେଜର ଆଉ ଜଣେ ଟ୍ରେନି ଡାକ୍ତର ଖୋଲିଲେ ସେମିନାର ହଲ୍‌ର ରହସ୍ୟ

କୋଲକାତା,୪।୯: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଦେଶବ୍ୟାପୀ ସବୁ ଡାକ୍ତର ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଛି। ତେବେ ଡାକ୍ତରଙ୍କ ହତ୍ୟା ଘଟଣା ଏବେ ଆରଜି ମେଡିକାଲର କଳା ଇତିହାସକୁ ପଦାରେ ପକାଇଛି। ଏହାରି ଭିତରେ ଆରଜି ମେଡିକାଲର ଆଉ ୪ଜଣ ଟ୍ରେନି ଡାକ୍ତର ଓ ପୀଡିତାଙ୍କ ସହଯୋଗୀ ମେଡିକାଲ ସମ୍ପର୍କରେ […] The post ମୁଁ ବି ଶୋଇଥିଲି ହଠାତ୍‌ ରାତି ୩ରେ ୨ଜଣ ପଶି…ଆରଜି କଲେଜର ଆଉ ଜଣେ ଟ୍ରେନି ଡାକ୍ତର ଖୋଲିଲେ ସେମିନାର ହଲ୍‌ର ରହସ୍ୟ appeared first on Dharitri Odia News.

ମୁଁ ବି ଶୋଇଥିଲି ହଠାତ୍‌ ରାତି ୩ରେ ୨ଜଣ ପଶି…ଆରଜି କଲେଜର ଆଉ ଜଣେ ଟ୍ରେନି ଡାକ୍ତର ଖୋଲିଲେ ସେମିନାର ହଲ୍‌ର ରହସ୍ୟ

କୋଲକାତା,୪।୯: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଦେଶବ୍ୟାପୀ ସବୁ ଡାକ୍ତର ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଛି। ତେବେ ଡାକ୍ତରଙ୍କ ହତ୍ୟା ଘଟଣା ଏବେ ଆରଜି ମେଡିକାଲର କଳା ଇତିହାସକୁ ପଦାରେ ପକାଇଛି।

ଏହାରି ଭିତରେ ଆରଜି ମେଡିକାଲର ଆଉ ୪ଜଣ ଟ୍ରେନି ଡାକ୍ତର ଓ ପୀଡିତାଙ୍କ ସହଯୋଗୀ ମେଡିକାଲ ସମ୍ପର୍କରେ ଅତି ଭୟଙ୍କର ଅନୁଭୂତି ବଖଣାଛନ୍ତି। ଯେଉଁଠି ଟ୍ରେନି ଡାକ୍ତରଙ୍କ ହତ୍ୟା କରାଯାଇଥିଲା ସେହି ସେମିନାର ହଲ୍‌ ସମ୍ପର୍କରେ ଗୁମର ଖୋଲିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସରକାର ମେଡିକାଲର ବ୍ୟବସ୍ଥା ଉପରେ ପରିବର୍ତ୍ତନ କରିବାକୁ କଥା ଦେଇଥିଲେ ମଧ୍ୟ ଗ୍ରାଉଣ୍ଡ ଲେବୁଲ୍‌ରେ କିଛି ବି କରାଯାଇ ନ ଥିଲା।

ଆଉଜଣେ ଟ୍ରେନି ଡାକ୍ତର ଖୁଲାସା କରିଛନ୍ତି, ଯେଉଁ ସେମିନାର ହଲ୍‌ରେ ଘଟଣା ଘଟିଥିଲା ସେହି ରୁମ୍‌ର ତାଲା ଭାଙ୍ଗି ଯାଇଥିଲା। ଏବଂ ସେଠାରେ ଏସି ବି ଖରାପ ହୋଇଯାଇଥିଲା।
ଯଦି ତାଲା ଠିକ୍‌ କରାଯାଇଥା’ନ୍ତା ତ ଏପରି ଘଟଣା କେବେ ବି ଘଟି ନଥାନ୍ତା। ଆଉ ଜଣେ ଜୁନିଅର ଡାକ୍ତର କହିଛନ୍ତି, ଥରେ ସେ ମଧ୍ୟ ନାଇଟ୍‌ ସିଫ୍ଟ କରି ସେମିନାର ହଲ୍‌ରେ ଶୋଇ ପଡିଥିଲେ। ହଠାତ୍‌ ରାତି ୩ଟାରେ ତାଙ୍କୁ ୨ଜଣ ଅଜ୍ଞାତ ଲୋକ ସେମିନାର ହଲ୍‌ରେ ପଶି ତାଙ୍କୁ ନିଦରୁ ଉଠାଇଥିଲେ। ସେହି ସମୟରେ କିଛି ଅଜଣା ଲୋକଙ୍କୁ ଦେଖି ସେ ବହୁତ ଡରି ଯାଇଥିଲେ।

The post ମୁଁ ବି ଶୋଇଥିଲି ହଠାତ୍‌ ରାତି ୩ରେ ୨ଜଣ ପଶି…ଆରଜି କଲେଜର ଆଉ ଜଣେ ଟ୍ରେନି ଡାକ୍ତର ଖୋଲିଲେ ସେମିନାର ହଲ୍‌ର ରହସ୍ୟ appeared first on Dharitri Odia News.