ଉପକାରୀ କଙ୍କଡାବିଛା ବିଷ !

କଙ୍କଡାବିଛା ନାଁ ଶୁଣିଲେ ସମସ୍ତେ ଡରି ଯାଇଥାଆନ୍ତି, କାରଣ ଏହାର ବିଷ ଆମପାଇଁ ଖୁବ କ୍ଷତିକାରକ । ହେଲେ ନିକଟରେ ବ୍ରାଜିଲ ବୈଜ୍ଞାନିକମାନେ କଙ୍କଡାବିଛାର ବିଷ ମଣିଷପାଇଁ ଲାଭ ଦାୟକ ବୋଲି ଦାବି କରିଛନ୍ତି । ସେମାନଙ୍କ ମତରେ ଏଥିରେ ସ୍ତନ କର୍କଟ ସମସ୍ୟାର ଉପଚାର ରହିଛି ବୋଲି ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ବିଷରେ ବାମାଜ୍‌ସ୍କ୍ଲପ୍‌ ୧ ନାମକ ମଲିକ୍ୟୁଲ ମିଳିଛି ଯାହା କ୍ୟାନ୍ସର ଚିକିତ୍ସାରେ ସହାୟକ ହେବ । ଏହି […]

ଉପକାରୀ କଙ୍କଡାବିଛା ବିଷ !

କଙ୍କଡାବିଛା ନାଁ ଶୁଣିଲେ ସମସ୍ତେ ଡରି ଯାଇଥାଆନ୍ତି, କାରଣ ଏହାର ବିଷ ଆମପାଇଁ ଖୁବ କ୍ଷତିକାରକ । ହେଲେ ନିକଟରେ ବ୍ରାଜିଲ ବୈଜ୍ଞାନିକମାନେ କଙ୍କଡାବିଛାର ବିଷ ମଣିଷପାଇଁ ଲାଭ ଦାୟକ ବୋଲି ଦାବି କରିଛନ୍ତି । ସେମାନଙ୍କ ମତରେ ଏଥିରେ ସ୍ତନ କର୍କଟ ସମସ୍ୟାର ଉପଚାର ରହିଛି ବୋଲି ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ବିଷରେ ବାମାଜ୍‌ସ୍କ୍ଲପ୍‌ ୧ ନାମକ ମଲିକ୍ୟୁଲ ମିଳିଛି ଯାହା କ୍ୟାନ୍ସର ଚିକିତ୍ସାରେ ସହାୟକ ହେବ । ଏହି ପ୍ରକ୍ରିୟାର ନାଁ ରହିଛି ହେଟେରୋଲୋଗସ ଏକ୍ସ୍ରପ୍ରେସନ୍‌, ଯାହାକୁ ବୈଜ୍ଞାନିକମାନେ ବ୍ୟବହାର କରିଛନ୍ତି । ଏହାକୁ ନେଇ ଗବେଷଣା ଜାରି ରହିଛି, ଆଗକୁ ଆହୁରି ଅନେକ ତଥ୍ୟ ଏ ସମ୍ପର୍କିତ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।