ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି

ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିଛନ୍ତି। ଏହାରି ମଧ୍ୟରେ ରିପୋର୍ଟରୁ ଜଣାପଡିଛି ଯେ ମନୁଙ୍କୁ ନିଜର ବ୍ରାଣ୍ଡ ସହିତ ଯୋଡ଼ିବା ପାଇଁ ୪୦ ଟି ବ୍ରାଣ୍ଡ ତାଙ୍କୁ ଯୋଗାଯୋଗ କରି ସାରିଲେଣି। ମନୁ ବର୍ତମାନ […] The post ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି appeared first on Dharitri Odia News.

ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି

ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିଛନ୍ତି। ଏହାରି ମଧ୍ୟରେ ରିପୋର୍ଟରୁ ଜଣାପଡିଛି ଯେ ମନୁଙ୍କୁ ନିଜର ବ୍ରାଣ୍ଡ ସହିତ ଯୋଡ଼ିବା ପାଇଁ ୪୦ ଟି ବ୍ରାଣ୍ଡ ତାଙ୍କୁ ଯୋଗାଯୋଗ କରି ସାରିଲେଣି। ମନୁ ବର୍ତମାନ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଉପରେ ଫୋକସ କରୁଥିବା ବେଳେ ତାଙ୍କ ଏଜେନ୍ସି କୋଟି କୋଟି ମୂଲ୍ୟର ଡିଲ୍ ସିଲ୍ କରିସାରିଲାଣି।

ମନୁ ଅଲମ୍ପିକ୍ସ ପୂର୍ବରୁ କୌଣସି ବ୍ରାଣ୍ଡର ପ୍ରଚାର କରିବା ପାଇଁ ୨୦ରୁ ୨୫ ଲକ୍ଷ ଫି ନେଉଥିଲା ବେଳେ ଏବେ ଏହାକୁ ୬ରୁ ୭ ଗୁଣା ବୃଦ୍ଧି କରିଛନ୍ତି। ରିପୋର୍ଟ ମୁତାବକ ମନୁ ୧.୫ କୋଟି ଟଙ୍କାରେ ଏକ ଡିଲ୍ ସିଲ୍ କରିଛନ୍ତି।

“ଗତ ୨-୩ ଦିନ ମଧ୍ୟରେ ଆମକୁ ପ୍ରାୟ ୪୦ ଟି କମ୍ପାନୀ ଯୋଗାଯୋଗ କରିଛନ୍ତି। ଆମେ ବର୍ତ୍ତମାନ ଦୀର୍ଘ ମିଆଦି ଆସୋସିଏସନ କାରବାର ଉପରେ ଧ୍ୟାନ ଦେଉଛୁ ଏବଂ ଆମେ ଦୁଇଟି ଏଣ୍ଡୋର୍ସମେଣ୍ଟ ସାଇନ କରିଛୁ ବୋଲି ମନୁଙ୍କ ମ୍ୟାନେଜର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି।

ଅବଶ୍ୟ ତାଙ୍କ ବ୍ରାଣ୍ଡ ମୂଲ୍ୟ ପାଞ୍ଚରୁ ଛଅ ଗୁଣା ବୃଦ୍ଧି ପାଇଛି। ତେଣୁ ଆମେ ପୂର୍ବରୁ ଯାହା କିଛି ଡିଲ କରୁଥିଲୁ ତାହା ୨୦-୨୫ ଲକ୍ଷ ଟଙ୍କା ପାଖାପାଖି ଥିଲା, ବର୍ତ୍ତମାନ ଏହା ଏକ ଚୁକ୍ତି ପାଇଁ ପ୍ରାୟ ୧.୫ କୋଟି ଟଙ୍କାରେ ପହଞ୍ଚିଛି। ତେବେ ଏହା କେବଳ ଗୋଟିଏ ବର୍ଷ ପାଇଁ ବୋଲି ସେ କହିଛନ୍ତି।

The post ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି appeared first on Dharitri Odia News.