EVM ଉପରେ ଉଠିଲା ପ୍ରଶ୍ନ, ଶାୟରାନା ଅନ୍ଦାଜରେ ଉତ୍ତର ଦେଲେ CEC

ନିର୍ବାଚନ ତାରିଖ ଘୋଷଣା ବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦେଖିବାକୁ ମିଳିଛି ନୂଆ ରୂପ।

EVM ଉପରେ ଉଠିଲା ପ୍ରଶ୍ନ, ଶାୟରାନା ଅନ୍ଦାଜରେ ଉତ୍ତର ଦେଲେ CEC

ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ। ମୁଖ୍ୟ ନିର୍ବାଚନ କମିଶନର ଦେଶରେ କେବେ ଭୋଟ ପଡିବ, ତାହା ଘୋଷଣା କରିଛନ୍ତି। ତେବେ ଏହି ତାରିଖ ଘୋଷଣା ବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୂଆ ରୂପ ଦେଖିବାକୁ ମିଳିଛି। ଶାୟରାନା ଅନ୍ଦାଜରେ ନଜର ଆସିଥିଲେ ସିଇସି।

ଇଭିଏମ୍‌କୁ ନେଇ ଉଡୁଥିବା ପ୍ରଶ୍ନର ଉତ୍ତରକୁ ସେ ଶାୟରାନା ବା କବିତା ଢ଼ଙ୍ଗରେ ଦେଇଥିଲେ। ଯେଉଁମାନେ ଇଭିଏମ୍‌କୁ ନେଇ ଅଭିଯୋଗ ଉଠାଉଛନ୍ତି, ସେମାନଙ୍କୁ କଟାକ୍ଷ କରି ସାୟରୀ କହିଛନ୍ତି ନିର୍ବାଚନ କମିଶନ। ସେ କହିଛନ୍ତି, ' ଅଧୁରି ହସରତୋଁ କା ଇଲଜାମ ହର ବାର ହମ ପର ଲଗାନା ଠିକ୍‌ ନହିଁ, ବଫା ଖୁଦ୍‌ ସେ ନହିଁ ହୋତି ଖତା ଇମିଏମ୍‌ କି କହତେ ହୋ...।' ଏହି ଶାୟରୀ ପଢ଼ିବା ସହ ସେ ନିଜେ ଏହାକୁ ଲେଖିଥିବା କହିଛନ୍ତି।

କେବଳ ସେତିକି ନୁହେଁ ସମସ୍ତ ରାଜନୈତିକ ଦଳଗୁଡିକୁ ନିର୍ବାଚନ ବେଳେ ନିଜ ନିଜ ଉପରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ମନା କରିଛନ୍ତି। ଏହାକୁ ମଧ୍ୟ ସେ କବିତା ଢ଼ଙ୍ଗରେ କହିଥିବା ନଜର ଆସିଛନ୍ତି। ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପ ଠାରୁ ଦୂରେଇ ରହିବା ସହ ଶାଳୀନତା ରକ୍ଷା କରିବାକୁ କହିଛନ୍ତି।

ଏହା ସହ ଉର୍ଦ୍ଦୁରେ ପ୍ରସିଦ୍ଧ ଶାୟର୍‌ ବଶିର ବଦ୍ରାଙ୍କ କବିତା 'ଦୁସ୍ମନି ଜମ୍‌ କର କରୋ, ଲେକିନ ୟେ ଗୁଞ୍ଜାଇସ୍‌ ରେ ଜବ କମି ହମ ଦୋସ୍ତ ହୋ ଜାଏ ତୋ ଶର୍ମିନ୍ଦା ନ ହୋ…' ଶୁଣାଇଛନ୍ତି। ଆଜିକାଲି ଅତି ଶୀଘ୍ର ମିତ୍ର ଓ ଶତ୍ରୁ ହେବାର ପ୍ରକ୍ରିୟା ଚାଲିଛି। ତେଣୁ ଦଳଗୁଡିକ ଏତେ ତଳକୁ ଖସିବା ଉଚିତ୍ ନୁହେଁ ଯେ ସେମାନେ ପରସ୍ପରର ଶତ୍ରୁ ହୋଇଯିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାନଚ କମିଶନର। ଏଥିସହ ପ୍ରେମ ଓ ଆଦରର ସହ ପ୍ରାଚର କରିବାକୁ ଦଳଗୁଡିକୁ ସେ ପରାମର୍ଶ ଦେଇଛନ୍ତି। 

ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ପଡିବ। ସେହିପରି ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ମେ' ୭ରେ ତୃତୀୟ ପର୍ଯ୍ୟାୟ, ମେ' ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ' ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ' ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ ତାରିଖ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ହେବ। ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।