ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଟୀକାକରଣ ଓ ସଚେତନତା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବିଶ୍ଵ ଜଳାତଙ୍କ ଦିବସ ଉପଲକ୍ଷେ ଏକ ପ୍ରତିଷେଧକ ଟୀକା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଳାତଙ୍କ ରୋଗକୁ ପ୍ରତିହତ କରିବାର ବାର୍ତ୍ତା ସ୍ୱରୂପ ଜିଲ୍ଲା ସଦର ପ୍ରାଣୀ ଚିକିତ୍ସାଲୟରେ ୫୦ ରୁ ଉର୍ଦ୍ଧ୍ବ କୁକୁର ଆଦି ପ୍ରାଣୀଙ୍କୁ ଜଳାତଙ୍କ ରୋଗର ପ୍ରତିଷେଧକ ଟୀକା ମୁକ୍ତରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା […] The post ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଟୀକାକରଣ ଓ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବିଶ୍ଵ ଜଳାତଙ୍କ ଦିବସ ଉପଲକ୍ଷେ ଏକ ପ୍ରତିଷେଧକ ଟୀକା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଳାତଙ୍କ ରୋଗକୁ ପ୍ରତିହତ କରିବାର ବାର୍ତ୍ତା ସ୍ୱରୂପ ଜିଲ୍ଲା ସଦର ପ୍ରାଣୀ ଚିକିତ୍ସାଲୟରେ ୫୦ ରୁ ଉର୍ଦ୍ଧ୍ବ କୁକୁର ଆଦି ପ୍ରାଣୀଙ୍କୁ ଜଳାତଙ୍କ ରୋଗର ପ୍ରତିଷେଧକ ଟୀକା ମୁକ୍ତରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପରମାନନ୍ଦ ସେଠି, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ହିମାଂଶୁ କୁମାର ମହନ୍ତ, ଉପ ନିର୍ଦେଶକ ଡାକ୍ତର ସୁନାକର ସାମଲ ଓ ଡ. ଜ୍ୟୋତି ରଞ୍ଜନ ମହନ୍ତ, ପ୍ରାଣୀ ଚିକିତ୍ସକ, ସୋନପୁର ଯୋଗ ଦେଇଥିଲେ। ଦିବା ୧୧ ଟା ସମୟରେ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପ୍ରାଣୀ ଚିକିତ୍ସା ବିଭାଗ ଓ ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଳାତଙ୍କ ରୋଗ ଉପରେ ଏକ ଆଲୋଚନା ଚକ୍ର ଓ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଡ. ପରମାନନ୍ଦ ସେଠୀ, ମୁଖ୍ୟ ଜିଲ୍ଳା ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ସିଂ ମୁଖ୍ୟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ାଃ ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତା, ଡା ଲୋପମୁଦ୍ରା ରାୟ, ବୈଜ୍ଞାନିକ କୃଷିବିଜ୍ଞାନ କେନ୍ଦ୍ର, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଓ ଡ଼ାଃ ହିମାଂଶୁ କୁମାର ମହନ୍ତ, ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ, ସୁବର୍ଣ୍ଣପୁର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜଳାତଙ୍କ ରୋଗ ସାଧାରଣତଃ କୁକୁର, ବିଲେଇ, ନେଉଳ, ବିଲୁଆ ଓ ମାଙ୍କଡ ଆଦି ଘରେ ପାଳୁଥିବା ଜନ୍ତୁ ଠାରୁ ମଣିଷ ଦେହକୁ ଆସିବା ସମ୍ଭାବନା ଥିବାରୁ ଉକ୍ତ ଜନ୍ତୁ ମାନଙ୍କୁ ଜଳାତଙ୍କ ପ୍ରତିଷେଧକ ଟୀକା ନିୟମିତ ଠିକ ସମୟରେ ଦେବାକୁ ଡ଼ାଃ ସେଠୀ ପରାମର୍ଶ ଦେଇଥିଲେ। ସାରା ବିଶ୍ୱରେ ପ୍ରାୟ ୬୦ ହଜାର ଲୋକଙ୍କ ମୃତ୍ୟୁ ଜଳାତଙ୍କ ରୋଗରେ ହୋଇଥାଏ ଓ ସେଥିରୁ ଶତକଡା ୯୦ ପ୍ରତିଶତ ଆଫ୍ରିକା ଓ ଏସିଆ ମହାଦେଶର ଅଟେ ବୋଲି ଡ଼ାଃ ସ୍ୱାଇଁ ପ୍ରକାଶ କରିଥିଲେ।ଜଳାତଙ୍କ ରୋଗର ଲକ୍ଷଣ ଦେଖାଦେଲେ ମଣିଷ କିମ୍ବା ପଶୁଙ୍କୁ ବଞ୍ଚେଇବା ପାଇଁ ସଫଳ ଚିକିତ୍ସା ନ ଥିବାରୁ କୁକୁର, ବିଲେଇ ବା ଅନ୍ୟ ବନ୍ୟଜନ୍ତୁ ଆକ୍ରମଣ ର ଶିକାର ହେଲେ ତୁରନ୍ତ ନିକଟସ୍ଥ ଚିକିତ୍ସାଲୟକୁ ଯାଇ ଜଳାତଙ୍କ ନ ହେବାପାଇଁ ଉଦ୍ଦିଷ୍ଟ ୦,୩,୭ ଓ ୨୦ ଦିନରେ ୪ ଗୋଟି ଟୀକା ନେବା ପାଇଁ ସେ ପରାମର୍ଶ ଦେଇଥିଲେ।କୁକୁର,ବିଲେଇ ତଥା ଅନ୍ୟ ବନ୍ୟଜନ୍ତୁ କାମୁଡ଼ିଲେ ତାର ଚିକିତ୍ସା ଉପରେ ଡ଼ାଃ ମହନ୍ତ ଆଲୋଚନା କରିଥିଲେ। ଏବର୍ଷ ବିଶ୍ୱ ଜଳାତଙ୍କ ଦିବସର ବାର୍ତ୍ତା” Breaking Rabies Boundaries” ଉପରେ ମତଦେଇ ଡ଼ାଃ ସୁନାକର ସାମଲ,ଉପନିର୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ସୋନପୁର ଓ ଡ଼ାଃ ସୁବ୍ରତ କୁମାର ପୁରୋହିତ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଲୁଣ୍ଡା ,କେମିତି ଜଳାତଙ୍କ ରୋଗ ପରିଧି ବାହାରକୁ ଯାଇ ନ ପାରିବ ଉକ୍ତ ବିଷୟରେ ମତ ରଖିଥିଲେ। ଶେଷରେ ଡ଼ାଃ ସୁଧୀର ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
The post ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଟୀକାକରଣ ଓ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.