ଗୌଡ଼କେଲାରେ ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି,୨୮/୦୨-କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିକନ୍ଧ ସମାଜ ତରଫରୁ ଆଜି ଗୌଡ଼କେଲାଠାରେ ୫୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଧନସିଂ ମାଝୀ, ପାଟମାଝି ଯୁଜେଷ୍ଟି ମାଝୀ, ଉର୍ଲାଦାନୀ ପଂଚାୟତ ସଭାପତି ସୁଦର୍ଶନ ମାଝୀ, ନୁନପୁର ପଂଚାୟତ ସଭାପତି ବିପ୍ର ମାଝୀ, ମ. ରାମପୁର ପୂର୍ବତନ ସଭାପତି […] The post ଗୌଡ଼କେଲାରେ ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ appeared first on Odisha.News.

ଗୌଡ଼କେଲାରେ ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି,୨୮/୦୨-କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିକନ୍ଧ ସମାଜ ତରଫରୁ ଆଜି ଗୌଡ଼କେଲାଠାରେ ୫୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଧନସିଂ ମାଝୀ, ପାଟମାଝି ଯୁଜେଷ୍ଟି ମାଝୀ, ଉର୍ଲାଦାନୀ ପଂଚାୟତ ସଭାପତି ସୁଦର୍ଶନ ମାଝୀ, ନୁନପୁର ପଂଚାୟତ ସଭାପତି ବିପ୍ର ମାଝୀ, ମ. ରାମପୁର ପୂର୍ବତନ ସଭାପତି କୁନୁଚରଣ ମାଝୀ, ଗୌଡ଼କେଲା ଜାନୀ ଧନୁର୍ଯ୍ୟ ମାଝୀ, କଳାହାଣ୍ଡି ଯୁବ ସଂଗଠନ ସଭାପତି ଗଜପତି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ମ. ରାମପୁର ପଂଚାୟତ ସଭାପତି କ୍ଷେତ୍ରୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାନୀ ଶଶୀ ମାଝୀ ଅତିଥି ପରିଚୟ ପ୍ରଦାନ, ମ. ରାମପୁର ସଭାପତି ଦାଶରଥୀ ମାଝୀ ବାର୍ଷିକ ବିବରଣୀ ପାଠ ଓ ମ. ରାମପୁର ଯୁବ ସଂଗଠନ ସଭାପତି ବୈକୁଣ୍ଠ ମାଝୀ ସଭା ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପଂଚାୟତରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

The post ଗୌଡ଼କେଲାରେ ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ appeared first on Odisha.News.