ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।ପ୍ରଥମ ଦିନରେ ୨୧୪ କୁଇଣ୍ଟାଲ କିଣାଗଲା।

ଲକ୍ଷ୍ମୀପୁର ୧୭/୦୧ .. ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ଲକ୍ଷ୍ମୀପୁର ବ୍ଲକର ଉପର କୁଟିଙ୍ଗା ଠାରେ ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି।ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଅଧ୍ୟକ୍ଷ୍ୟା ସାବିତ୍ରୀ ପରଜାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧକ୍ଷା ଶୁଆଇ […] The post ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।ପ୍ରଥମ ଦିନରେ ୨୧୪ କୁଇଣ୍ଟାଲ କିଣାଗଲା। appeared first on Odisha.News.

ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।ପ୍ରଥମ ଦିନରେ ୨୧୪ କୁଇଣ୍ଟାଲ କିଣାଗଲା।

ଲକ୍ଷ୍ମୀପୁର ୧୭/୦୧ ..
ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା
ଲକ୍ଷ୍ମୀପୁର ବ୍ଲକର ଉପର କୁଟିଙ୍ଗା ଠାରେ ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି।ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ଅଧ୍ୟକ୍ଷ୍ୟା ସାବିତ୍ରୀ ପରଜାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧକ୍ଷା ଶୁଆଇ କୁଲେସିକା,ବିଧାୟକ ପ୍ରତିନିଧି ମଣ୍ଟି ଖରା, ଜିଲ୍ଲା ମାର୍କେଟିଙ୍ଗ ମ୍ୟାନେଜର ଆଶୁତୋଷ ନନ୍ଦ,ୱାସନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ରାମ ଚରଣ ଟୁଡୁ,ସିୱାଇଏସଡ଼ି ଜିଲ୍ଲା ସଂଯୋଜକ ଅଜିତ ବିଷୋୟୀ, ବ୍ଲକ ସଂଯୋଜକ ଚିତ୍ତ ରଞ୍ଜନ ଗୌଡ଼,କୃଷି ବିଶେଷଜ୍ଞ ସୁବ୍ରତ ସାହୁ ଓ ପ୍ରାଣୀ ବିଶେଷଜ୍ଞ ଉଗ୍ରସେନ ମାଣ୍ଡିଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ୱାରା ନଡ଼ିଆ ଭାଙ୍ଗି ପୂଜାର୍ଚନା କରାଯାଇ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା।ଲକ୍ଷ୍ମୀପୁର ବ୍ଲକରେ ସମୁଦାୟ ଚାରଟି ମଣ୍ଡି ମାଧ୍ୟମରେ୧୪ ହଜାର କ୍ଵିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ ରଖା ଯାଇଥିବା ବେଳେ ବର୍ତମାନ ସୁଧା ଏକ ହଜାର ୭୨ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି।ଆଜି ୧୧ ଜଣ ଚାଷୀଙ୍କ ଠାରୁ କିଲୋ ପ୍ରତି ୪୫ ଟଙ୍କା ସରକାରୀ ଦରରେ ୨୧୪ କ୍ୱିଣ୍ଟାଲ ମାଣ୍ଡିଆ କିଣା ଯାଇଥିଲା।ଜାଗରଣ କୃଷକ ଉତ୍ପାଦକ କମ୍ପାନୀ ମାର୍କେଟିଙ୍ଗ ମ୍ୟାନେଜର ଶ୍ୟାମଘନ ବିଷୋୟୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗମାଙ୍ଗ ଜାନି, ଦୁର୍ଯ୍ୟ ହିକକା,ହିରଣ୍ୟ ସାଉନ୍ତା
ଟିମା ମିଣିଆକା,ସଚ୍ଚିଦାନନ୍ଦ ହିକକା,ସନାରୀ ମିଣିଆକା, ଜଗେନ୍ଦ୍ର ମାଣ୍ଡିଙ୍ଗା ଓ ରାଣୀ ଗରଡ଼ା ସହଯୋଗ କରିଥିଲେ।

The post ବ୍ଳକ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।ପ୍ରଥମ ଦିନରେ ୨୧୪ କୁଇଣ୍ଟାଲ କିଣାଗଲା। appeared first on Odisha.News.