ପ୍ରାର୍ଥୀ ଚେଞ୍ଜ ହେଲେ ବି ବଜାୟ ରଖିଚି ଆସନ ଦଳୀୟ ଚିହ୍ନ..
ଆଠମଲ୍ଲିକ ବିଧାନ ସଭା ରେ କ୍ରମାଗତ ଭାବେ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ,ଏବେ କିନ୍ତୁ ରୋଚକ ମୋଡରେ ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ।ସୂଚନା ଅନୁସାରେ 2019 ସଧାରଣ ନିର୍ବାଚନରେ ଚେଞ୍ଜ କରିଥିଲା ପ୍ରାର୍ଥୀ ବିଜୁ ଜନତା ଦଳ । କ୍ରମାଗତ ଜିତିଆସୁଥିବା ସଂଜୀବ ସାହୁଙ୍କୁ ଟିକେଟ ନ ଦେଇ , ରମେଶ ଚନ୍ଦ୍ର ସାଏ ଙ୍କୁ ଟିକେଟ ଦେଇଥିଲା ଓ ବିଜୟ ବି ବଜାୟ ରହିଥିଲା । ଏଥର ପୁଣି ଚେଞ୍ଜ […] The post ପ୍ରାର୍ଥୀ ଚେଞ୍ଜ ହେଲେ ବି ବଜାୟ ରଖିଚି ଆସନ ଦଳୀୟ ଚିହ୍ନ.. appeared first on Odisha.News.

ଆଠମଲ୍ଲିକ ବିଧାନ ସଭା ରେ କ୍ରମାଗତ ଭାବେ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ,ଏବେ କିନ୍ତୁ ରୋଚକ ମୋଡରେ ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ।ସୂଚନା ଅନୁସାରେ 2019 ସଧାରଣ ନିର୍ବାଚନରେ ଚେଞ୍ଜ କରିଥିଲା ପ୍ରାର୍ଥୀ ବିଜୁ ଜନତା ଦଳ । କ୍ରମାଗତ ଜିତିଆସୁଥିବା ସଂଜୀବ ସାହୁଙ୍କୁ ଟିକେଟ ନ ଦେଇ , ରମେଶ ଚନ୍ଦ୍ର ସାଏ ଙ୍କୁ ଟିକେଟ ଦେଇଥିଲା ଓ ବିଜୟ ବି ବଜାୟ ରହିଥିଲା ।
ଏଥର ପୁଣି ଚେଞ୍ଜ କରିଛି ବିଧାନସଭା ପ୍ରାର୍ଥୀ ବିଜୁ ଜନତା ଦଳ ।ରମେଶଚନ୍ଦ୍ର ସାଏଙ୍କୁ ଟିକେଟ ନ ଦେଇ ଗତଥର ସମ୍ବଲପୁର ଲୋକସଭା ଆସନ ରୁ ଲଢିଥିବା ନଳିନି ପ୍ରଧାନ ଙ୍କୁ ଏବେ ମିଳିଛି ଆଠମଲ୍ଲିକ୍ ବିଧାନ ସଭା ଟିକେଟ।
ଏଥର ସଂଜୀବ ସାହୁଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି।
ସେପଟେ ଟିକେଟ ନ ମିଳିବାରୁ ବିଜେପି ନେତା ଭାଗିରଥି ପ୍ରଧାନ ଦଳରୁ ଇସ୍ତଫା ଦେଇଥିବା ବେଳେ, ରମେଶ ଚନ୍ଦ୍ର ସାଏ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜପିରେ ସାମିଲ୍ ହୋଇନ୍ତି।
ଏବେ ଦେଖିବାକୁ ବାକି ରହିଲା ବିଜୁ ଜନତା ଦଳ ତାର କ୍ରମାଗତ ବିଜୟ ବଜାୟ ରଖିପାରୁଚି କି ନାହିଁ। କଂଗ୍ରେସ ମଧ୍ୟ ଏଥର ସୁଯୋଗ କୁ ହାତ ଛଡା ନ କରି ରଣନୀତି ପ୍ରସ୍ତୁତି କରି ଦୁଇ ଦଳକୁ ମାତ୍ ଦେଇ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି।
The post ପ୍ରାର୍ଥୀ ଚେଞ୍ଜ ହେଲେ ବି ବଜାୟ ରଖିଚି ଆସନ ଦଳୀୟ ଚିହ୍ନ.. appeared first on Odisha.News.