ୟୁକ୍ରେନ୍‌ ପଛଘୁଞ୍ଚା ଦେଲେ ଯୁଦ୍ଧବିରତି

ମସ୍କୋ,୧୫ା୬: ରୁଷିଆ-ଅଧିକୃତ ୟୁକ୍ରେନ୍‌ ଭୂଖଣ୍ଡରୁ କିଭ୍‌ ପଛଘୁଞ୍ଚା ଦେଇ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସଦସ୍ୟତା ଯୋଜନାରୁ ଓହରିଲେ ମସ୍କୋ ତତ୍କାଳ ଯୁଦ୍ଧବିରତି ଘୋଷଣା କରିବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସାମରିକ ମେଣ୍ଟ ନାଟୋରେ ସାମିଲହେବାକୁ ଚାହୁଁଥିବା ୟୁକ୍ରେନ୍‌ ଏହାର ଭୂଖଣ୍ଡରୁ ରୁଷିଆ ନିଜ ସେନା ପ୍ରତ୍ୟାହାର କରୁ ବୋଲି ଦାବି କରୁଥିବାରୁ ପୁଟିନ୍‌ଙ୍କ ଘୋଷଣାକୁ ଗମ୍ଭୀରତା ସହ ନେଇନାହିଁ। ପୁଟିନ୍‌ଙ୍କ ପ୍ରସ୍ତାବ ଉପରେ ୟୁକ୍ରେନ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ। […] The post ୟୁକ୍ରେନ୍‌ ପଛଘୁଞ୍ଚା ଦେଲେ ଯୁଦ୍ଧବିରତି appeared first on Dharitri Odia News.

ୟୁକ୍ରେନ୍‌ ପଛଘୁଞ୍ଚା ଦେଲେ ଯୁଦ୍ଧବିରତି

ମସ୍କୋ,୧୫ା୬: ରୁଷିଆ-ଅଧିକୃତ ୟୁକ୍ରେନ୍‌ ଭୂଖଣ୍ଡରୁ କିଭ୍‌ ପଛଘୁଞ୍ଚା ଦେଇ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସଦସ୍ୟତା ଯୋଜନାରୁ ଓହରିଲେ ମସ୍କୋ ତତ୍କାଳ ଯୁଦ୍ଧବିରତି ଘୋଷଣା କରିବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସାମରିକ ମେଣ୍ଟ ନାଟୋରେ ସାମିଲହେବାକୁ ଚାହୁଁଥିବା ୟୁକ୍ରେନ୍‌ ଏହାର ଭୂଖଣ୍ଡରୁ ରୁଷିଆ ନିଜ ସେନା ପ୍ରତ୍ୟାହାର କରୁ ବୋଲି ଦାବି କରୁଥିବାରୁ ପୁଟିନ୍‌ଙ୍କ ଘୋଷଣାକୁ ଗମ୍ଭୀରତା ସହ ନେଇନାହିଁ। ପୁଟିନ୍‌ଙ୍କ ପ୍ରସ୍ତାବ ଉପରେ ୟୁକ୍ରେନ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀରେ ୭ ଶିଳ୍ପରାଷ୍ଟ୍ର ଜି୭ ନେତାମାନେ ଏକାଠି ହୋଇଥିବାବେଳେ ସୁଇଜରଲାଣ୍ଡ ଅନେକ ବିଶ୍ୱନେତାଙ୍କୁ ସ୍ବାଗତ କରିବାକୁ ଯାଉଛି। କିନ୍ତୁ ମସ୍କୋକୁ ଏଥିରେ ସାମିଲ କରାଯାଇ ନାହିଁ। ଇତିମଧ୍ୟରେ ଆମେରିକା ଏବଂ ୟୁକ୍ରେନ୍‌ ମଧ୍ୟରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହାକୁ ଦେଖି ପୁଟିନ୍‌ ଏପରି ମନ୍ତବ୍ୟ ଦେଇଥିବା କୁହାଯାଉଛି।

The post ୟୁକ୍ରେନ୍‌ ପଛଘୁଞ୍ଚା ଦେଲେ ଯୁଦ୍ଧବିରତି appeared first on Dharitri Odia News.