ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ
ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ ଏହି ଦୁଇଟି ତ୍ୱଚା ଲାଗି ସବୁଠାରୁ ବଡ଼ ଶତ୍ରୁ। କିନ୍ତୁ ଅଫିସ୍ ଯିବାର ଥିଲେ କିମ୍ବା କୌଣସି କାମରେ ବାହାରକୁ ଯାଉଥିଲେ,ନିଜ ତ୍ୱଚାକୁ ଯେତେ ସମ୍ଭବ ସୁରକ୍ଷିତ ରଖିବା ଦରକାର। ନିଜ ସ୍କିନ୍ କେୟାର ରୁଟିନ୍ରେ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ନିଜ ତ୍ୱଚାକୁ ସୁରକ୍ଷିତ ରଖିପାରିବେ। ମଶ୍ଚରାଇଜର […] The post ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ appeared first on Dharitri Odia News.
ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ
ନେଇ କେତୋଟି ଟିପ୍ସ…
ଖରା ଏବଂ ପ୍ରଦୂଷଣ ଏହି ଦୁଇଟି ତ୍ୱଚା ଲାଗି ସବୁଠାରୁ ବଡ଼ ଶତ୍ରୁ। କିନ୍ତୁ ଅଫିସ୍ ଯିବାର ଥିଲେ କିମ୍ବା କୌଣସି କାମରେ ବାହାରକୁ ଯାଉଥିଲେ,ନିଜ ତ୍ୱଚାକୁ ଯେତେ ସମ୍ଭବ ସୁରକ୍ଷିତ ରଖିବା ଦରକାର। ନିଜ ସ୍କିନ୍ କେୟାର ରୁଟିନ୍ରେ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ନିଜ ତ୍ୱଚାକୁ ସୁରକ୍ଷିତ ରଖିପାରିବେ।
ମଶ୍ଚରାଇଜର : ସକାଳୁ ଘରୁ ବାହାରକୁ ଯିବା ପୂର୍ବରୁ ମଶ୍ଚରାଇଜର ଏବଂ ସନ୍ସ୍କ୍ରିନ୍ ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ। ଯଦି ରାତିରେ ଶୋଇବା ପୂର୍ବରୁ ସ୍କିନ୍ କେୟାର କରୁଛନ୍ତି ଯେମିତିକି କିଛି ପୋଷକ ତତ୍ତ୍ୱ ଦେଉଛନ୍ତି ତେବେ ଏହାଦ୍ୱାରା ସ୍କିନ୍ର ଚମକ ପ୍ରଭାବିତ ହେବନାହିଁ।
କାକୁଡ଼ି: ରାତିରେ ମୁହଁ ସଫାକଲା ପରେ କାକୁଡ଼ିରସ ମୁହଁରେ ଲଗାଇପାରିବେ। କାକୁଡ଼ିରେ ୯୨ ପ୍ରତିଶତ ଜଳ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ। ଏହା ଗରମଜନିତ ସମସ୍ୟାକୁ ଠିକ୍ କରିପାରେ। ଆପଣ ପ୍ରତିଦିନ ରାତିରେ ମୁହଁକୁ ଭଲଭାବେ ଧୋଇ ତାକୁ ଶୁଖାଇ ଦିଅନ୍ତୁ। ଏହାପରେ କାକୁଡ଼ିରସକୁ ମୁହଁରେ ହାଲ୍କା ଲଗାଇ ରାତି ସାରା ଛାଡ଼ି ଦିଅନ୍ତୁ। ଏହାଦ୍ୱାରା ମୁଖବ୍ରଣଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ମୁହଁ ଅଧିକ ଚମକ ଦେଖାଯାଇଥାଏ।
ଦହି: ଦହି କେଶ ଏବଂ ଶରୀର ଲାଗି ବେଶ୍ ଉପଯୋଗୀ । ଏଥିରେ କ୍ୟାଲ୍ସିୟମ, ପ୍ରୋଟିନ୍ ସହ ଭିଟାମିନ୍ ‘ଡି’ ରହିଛି। ଏହା ତ୍ୱଚାକୁ ଚମକଦାର ରଖିବାରେ ସାହାଯ୍ୟ କରିଥାଏ। ଯଦି ପ୍ରତିଦିନ ତ୍ୱଚାରେ ଦହି ଲଗାଯାଏ ତେବେ ମୁଖବ୍ରଣ ସମସ୍ୟା ଦୂର ହେବା ସହ ଆଖି ତଳେ ଥିବା କଳାଦାଗ ଦୂରହୋଇଥାଏ। ଦହିର ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ ହେଲେ ପ୍ରତିଦିନ ଅଳ୍ପ ମାତ୍ରାରେ ଦହି ଏକ ପାତ୍ରରେ ନିଅନ୍ତୁ। ସେଥିରେ ୫ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ। ଏହାକୁ ରାତିରେ ଧୁଅନ୍ତୁ ନାହିଁ। ସକାଳୁ ମୁହଁକୁ ଭଲଭାବେ ଥଣ୍ଡାପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ନିଜ ତ୍ୱଚାର ଫରକ ଜାଣିପାରିବେ।
ଆଲୋଭେରା : ଯଦି ଆପଣଙ୍କ ତ୍ୱଚା ଝାଉଁଳିଯାଉଛି କିମ୍ବା ସନ୍ବର୍ନ ହେଉଛି ତେବେ ଆଲୋଭେରା ଜେଲ୍ ତୁରନ୍ତ ଆପଣଙ୍କୁ ଆରାମ ଦେବ।
The post ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ appeared first on Dharitri Odia News.