ଭରତପୁର ମାମଲାରେ ନୂଆ ମୋଡ଼, ଭାଇ କଲା ଚାଞ୍ଚଲ୍ୟକର ଖୁଲାସା
ଭୁବନେଶ୍ୱର: ହୋ ହାଲ୍ଲା ପାଟିତୁଣ୍ଡ ତା ସହ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବେଶ । ଆପଣ ଭାବୁଥିବେ ଘଟଣା କଣ କାହିଁକି ଏ ଘୋ ଘା… କଣ ହୋଇଛି ଏଇଠି ? ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ବର ଭରତପୁର ଅଞ୍ଚଳର । ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ପୁଅ ଘର ଲୋକଙ୍କୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ପୁଅର ମୃତ୍ୟୁ ପାଇଁ ଝିଅ ଘର ଲୋକଙ୍କୁ ଦାୟୀ କରୁଛନ୍ତି ପରିବାର ଲୋକେ […] The post ଭରତପୁର ମାମଲାରେ ନୂଆ ମୋଡ଼, ଭାଇ କଲା ଚାଞ୍ଚଲ୍ୟକର ଖୁଲାସା appeared first on KNews Odisha.

ଭୁବନେଶ୍ୱର: ହୋ ହାଲ୍ଲା ପାଟିତୁଣ୍ଡ ତା ସହ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବେଶ । ଆପଣ ଭାବୁଥିବେ ଘଟଣା କଣ କାହିଁକି ଏ ଘୋ ଘା… କଣ ହୋଇଛି ଏଇଠି ? ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ବର ଭରତପୁର ଅଞ୍ଚଳର । ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ପୁଅ ଘର ଲୋକଙ୍କୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ପୁଅର ମୃତ୍ୟୁ ପାଇଁ ଝିଅ ଘର ଲୋକଙ୍କୁ ଦାୟୀ କରୁଛନ୍ତି ପରିବାର ଲୋକେ । ତେବେ କିଏ କାହାକୁ କଣ ପାଇଁ ଦୋଷ ଦେଉଛି ଏହା ପଛର କାରଣ କଣ ? ଆସନ୍ତୁ ସେ ବିଷୟରେ ଜାଣିବା ……
ଆପଣ ଏହି ଭିଜୁଆଲରେ ଦେଖି ପାରୁଥିବେ ଷ୍ଟ୍ରେଚର ଉପରେ ମରଶରୀରକୁ ଦେଖିବା ମାତ୍ରକେ ଜୋରରେ କାନ୍ଦି ଉଠିଲେ ସେଠି ଉପସ୍ଥିତ ଥିବା ଆତ୍ମୀୟ ପରିଜନ l ମା’ ମୁଣ୍ଡରେ ହାତ ବାଡେଇ କାନ୍ଦୁଥାନ୍ତି ତ ଆଉ କିଏ ଛାତି ବାଡ଼େଇ କାନ୍ଦୁଥାଆନ୍ତି l ସମସ୍ତଙ୍କ ଆଖିରୁ ବହିଯାଉଥାଏ ଧାର ଧାର ଲୁହ । କାରଣ ଏଇ ମାତ୍ର ୫ ମାସ ତଳେ ଚୌଦ୍ୱାର ଅଞ୍ଚଳର କେ ଯଶୋଦା ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳର ପି ଶ୍ୟାମା ରାଓଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l କିନ୍ତୁ ଏ ବିବାହର ପାଞ୍ଚ ମାସ ପରେ ଯଶୋଦା ଆଉ ଶ୍ୟାମଙ୍କ ବିବାହର ଅନ୍ତ ଘଟିଲା l କିନ୍ତୁ ମୃତ୍ୟୁକୁ ନେଇ ଆସିଥିଲା ସାଂଘାତିକ ଅଭିଯୋଗ ।
ମୃତ ଯଶୋଦା ପରିବାରଙ୍କ ସୂଚନା ଅନୁଯାୟୀ, ଯଶୋଦା ତା କାମୁକ ସ୍ୱାମୀର କାମୁକତାକୁ ସହ୍ୟ କରି ପାରିନଥିଲେ ଶେଷରେ ନିଜକୁ ଶେଷ କରି ଦେଲେ ସବୁଦିନ ପାଇଁ । ଯଶୋଦା ଚାଲିଯିବା ପରେ ତାଙ୍କ ପରିବାର ଲୋକେ ଶ୍ୟାମାଙ୍କ ଘର ନିକଟରେ ଯାଇ ଅନେକ ତୁମ୍ବି ତୋଫାନ କଲେ କାହିଁକି ନା ନିଜ ଝିଅଟିକୁ ଏଭଳି ଅନ୍ତିମ ଶଯ୍ୟା ରେ ଦେଖିବା ଭଳି ଦିନ ଦେଖିବାକୁ ପଡିବ ତାଙ୍କ ଭାବନା ବାହାରେ ଥିଲା l ଝିଅ ଯଶୋଦାଙ୍କର ସେମାନେ ପ୍ରାଣ ନେଇଛନ୍ତି ବୋଲି ପରିବାର ଲୋକେ କହିଥିଲେ ।
ତେବେ ଏକଥା ଏତିକିରେ ସରି ନଥିଲା ଯଶୋଦାର ସତ୍କାର କରିବା ପାଇଁ ସ୍ୱାମୀ ଶ୍ୟାମା କୋକେଇ ସଜାଡି ବିଦାୟ ଦେବାର କେଇଟା ଘଣ୍ଟା ପରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା l ତେବେ ଶ୍ୟାମା ଭଳି ଭେଣ୍ଡିଆ ପୁଅକୁ ହରାଇ କେ ଶ୍ୟାମାଙ୍କ ବାପା ପୁଅ ପାଇଁ କୋକେଇ ସଜାଡୁ ଥିଲେ l ଏକା ସାଙ୍ଗରେ ପୁଅ ଆଉ ବୋହୂକୁ ହରାଇବା କଷ୍ଟ ଗୋଟିଏ ବାପା ହିଁ ବୁଝି ପାରୁଥିଲା l କିନ୍ତୁ ଏ ଘଟଣାରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ଶ୍ୟାମା ରାଓଙ୍କର ପରିବାର ଲୋକେ l କହିଥିଲେ କି ପୁଅର ଜୀବନ ଯିବା ପଛରେ ଯଶୋଦା ପରିବାର ଲୋକମାନେ ହିଁ ଦାୟୀ l ସେମାନେ ଘର ପାଖକୁ ଆସି ସାହି ଭିତରେ ହୋହାଲ୍ଲା କରିଥିଲେ ଏଥିରେ ବହୁତ ଅପମାନିତ ଅନୁଭବ କରିଥିଲେ ଶ୍ୟାମା । ଏହା ସହ ଝିଅ ଘର ଲୋକେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ ଯେଉଁ ଚିନ୍ତାରେ ଶ୍ୟାମାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ ପାଲଟା ଅଭିଯୋଗ କରିଛନ୍ତି ।
The post ଭରତପୁର ମାମଲାରେ ନୂଆ ମୋଡ଼, ଭାଇ କଲା ଚାଞ୍ଚଲ୍ୟକର ଖୁଲାସା appeared first on KNews Odisha.