ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ
ସାବିତ୍ରୀ ବ୍ରତରେ ସତ୍ୟବାନ୍ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ ନାମ ଗୌରାଙ୍ଗ ପଲ୍ଲାର l ଘର ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଝୁଟୁଣା ଗାଁ ରେ l ଗୌରାଙ୍ଗଙ୍କ ଦୁଇ ପୁଅ l ଆଜକୁ ଦୁଇ ତିନି ବର୍ଷ ତଳେ ଗୌରାଙ୍ଗ ଭଦ୍ରକରୁ ରାଜଧାନୀ ଭୁବନେଶ୍ୱର ଦୌଡ଼ି ଆସିଥିଲେ କିଛି ଗୋଟିଏ ଜୀବିକା ଆପଣେଇ ପେଟ ପୋଷିବା ପାଇଁ l ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀ […] The post ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ appeared first on KNews Odisha.

ସାବିତ୍ରୀ ବ୍ରତରେ ସତ୍ୟବାନ୍ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ ନାମ ଗୌରାଙ୍ଗ ପଲ୍ଲାର l ଘର ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଝୁଟୁଣା ଗାଁ ରେ l ଗୌରାଙ୍ଗଙ୍କ ଦୁଇ ପୁଅ l ଆଜକୁ ଦୁଇ ତିନି ବର୍ଷ ତଳେ ଗୌରାଙ୍ଗ ଭଦ୍ରକରୁ ରାଜଧାନୀ ଭୁବନେଶ୍ୱର ଦୌଡ଼ି ଆସିଥିଲେ କିଛି ଗୋଟିଏ ଜୀବିକା ଆପଣେଇ ପେଟ ପୋଷିବା ପାଇଁ l ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀ ଗାଁ ଅଞ୍ଚଳରେ ପରିବାର ସହିତ ଭଡା ଘର ନେଇ ରହୁଥିଲେ l ଆଉ ଦୁଇ ଅଢେଇ ବର୍ଷ ହେବ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଭାବରେ କାର୍ଯ୍ୟ ନିର୍ବାହ କରି ଗୁଜୁରାଣ ମେଣ୍ଟାଉ ଥିଲେ l
ଆଜି ସାବିତ୍ରୀ ବ୍ରତ ଥିବାରୁ ଗତକାଲି ସନ୍ଧ୍ୟା ବେଳେ ସବୁ ପୂଜା ସରଞ୍ଜାମ ଆଣି ଘରେ ରଖିଲେ କାହିଁକି ନା ସକାଳ ହେଲେ ଆଜି ସତ୍ୟବାନ ହୋଇ ପୂଜା ପାଇଥାନ୍ତେ l ହେଲେ ହଠାତ ଏମିତି କିଛି ଘଟିବ ଗୌରାଙ୍ଗ ଜୀବନରେ ସେ କେବେବି ଭାବି ନଥିଲେ l ସବୁଦିନ ଭଳି ଗତକାଲି ମଧ୍ୟ ଘରେ ଖାଇପିଇ ଦେଇ ଗରମ ହେଉଥିବାରୁ ଗୌରାଙ୍ଗ ରହୁଥିବା ତିନି ମହଲା ଭଡା ଘରର ଛାତ ଉପରକୁ ଯାଇଥିଲେ ଶୋଇବା ପାଇଁ l
ପ୍ରାୟ ମଧ୍ୟ ରାତିରୁ ସେ କଣ ପାଇଁ ଉଠି ଥିଲେ କେଜାଣି ଘର ଲୋକଙ୍କ କହିବା ଅନୁସାରେ ସେ ବାଥ୍ରୁମ୍ ଯିବା ପାଇଁ ଉଠି ବୋଧେ ଆସିଥିଲେ ଜାଣି ପାରିଲେନି ଗୋଡ଼ ଖସିଗଲା ଆଉ ତିନି ମହଲା ଘର ଛାତରୁ ତଳକୁ ଖସି ପଡିଲେ l ପଡିବାର ଅଳ୍ପ ସମୟରେ ସ୍ତ୍ରୀ ଆସି ଦେଖି ପାରି ସାଇ ପଡିଶାଙ୍କୁ ଡାକିଥିଲେ l ସମସ୍ତେ ମିଶି ଗୌରାଙ୍ଗଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଲେ l ଅନେକ ସମୟରେ ପରେ ଡାକ୍ତର ତାଙ୍କୁ ସକାଳୁ ସକାଳୁ ମୃତ ଘୋଷଣା କଲେ l ଗୌରାଙ୍ଗ ପାଇଁ ଆଉ ସ୍ତ୍ରୀ କେବେବି କରି ପାରିବେନି ସାବିତ୍ରୀ ବ୍ରତ l ଅଧା ରହିଗଲା ସବୁ ବ୍ରତ ଛାଡି ଚାଲିଗଲେ ଆରପାରିକୁ l ଅକାଳ ଅକାରଣ ରେ ଚାଲିଗଲା ଗୌରାଙ୍ଗ ଙ୍କ ଜୀବନ
The post ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ appeared first on KNews Odisha.