ନିୟନ୍ତ୍ରଣ ହରାଇ ଘରେ ପଶିଗଲା ବରଯାତ୍ରୀ ବସ, ୫ ଆହତ, ଜଣେ ଗୁରୁତର

ସୋର : ଘରେ ପଶିଗଲା ବରଯାତ୍ରୀ ବସ । ବାଲେଶ୍ଵର ଜିଲ୍ଲା ଖଇରାବ୍ଳକ ଗଣ୍ଡିଵେଡ ଔପଦା ରାସ୍ତାର ପାଣିଶିଆଳି ନିକଟରେ ଏପରି ଘଟଣା ଘଟିଛି । ବରଯାତ୍ରୀ ଵସ ଘରକୁ ଧକ୍କା ଦେବାରୁ ୫ ଆହତ ଓ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ନୀଳଗିରି ମିତ୍ରପୁର ଅଞ୍ଚଳରୁ ଶ୍ରୀ ଗଣେଶ ନାମକ ଵସରେ ୫୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଗଣ୍ଡିଵେଡ ଔପଦା ରାସ୍ତାର ଜହ୍ନିଆପଦାକୁ ଯାଉଥିଲା ।  ତେବେ ଵସଟି ହଠାତ ନିୟନ୍ତ୍ରଣ ହରାଇ […] The post ନିୟନ୍ତ୍ରଣ ହରାଇ ଘରେ ପଶିଗଲା ବରଯାତ୍ରୀ ବସ, ୫ ଆହତ, ଜଣେ ଗୁରୁତର appeared first on KNews Odisha.

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ବରଯାତ୍ରୀ ବସ, ୫ ଆହତ, ଜଣେ ଗୁରୁତର
bus 23

ସୋର : ଘରେ ପଶିଗଲା ବରଯାତ୍ରୀ ବସ । ବାଲେଶ୍ଵର ଜିଲ୍ଲା ଖଇରାବ୍ଳକ ଗଣ୍ଡିଵେଡ ଔପଦା ରାସ୍ତାର ପାଣିଶିଆଳି ନିକଟରେ ଏପରି ଘଟଣା ଘଟିଛି । ବରଯାତ୍ରୀ ଵସ ଘରକୁ ଧକ୍କା ଦେବାରୁ ୫ ଆହତ ଓ ଜଣେ ଗୁରୁତର ହୋଇଛନ୍ତି ।

ଗତକାଲି ରାତିରେ ନୀଳଗିରି ମିତ୍ରପୁର ଅଞ୍ଚଳରୁ ଶ୍ରୀ ଗଣେଶ ନାମକ ଵସରେ ୫୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଗଣ୍ଡିଵେଡ ଔପଦା ରାସ୍ତାର ଜହ୍ନିଆପଦାକୁ ଯାଉଥିଲା ।  ତେବେ ଵସଟି ହଠାତ ନିୟନ୍ତ୍ରଣ ହରାଇ ପାଣିଶିଆଳି ରାସ୍ତାକଡ଼ରେ ଥିବା ମଙ୍ଗଳ ଦାସଙ୍କ ଘର ଆଜବେଷ୍ଟସକୁ ଧକ୍କା ଦେଇ ଅଟକି ଯାଇଥିଲା ।  ସ୍ଥାନୀୟ ଲୋକ ବରଯାତ୍ରୀଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ପଠାଇଥିଲେ ।  ବସ୍ ରେ ୬୦ରୁ ଅଧିକ ବରଯାତ୍ରୀ ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

 

ଆହୁରି ପଢ଼ନ୍ତୁ : ଜଳିଗଲା ସ୍କୁଟର, ଅଳ୍ପକେ ବର୍ତ୍ତିଲେ ଚାଳକ

The post ନିୟନ୍ତ୍ରଣ ହରାଇ ଘରେ ପଶିଗଲା ବରଯାତ୍ରୀ ବସ, ୫ ଆହତ, ଜଣେ ଗୁରୁତର appeared first on KNews Odisha.