ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୮୬୬ ସଂକ୍ରମିତ, ୨୪ ଘଣ୍ଟାରେ ୭ ମୃତ
ଦେଶରେ କାୟା ମେଲାଉଛି କରୋନା । ସଂକ୍ରମିତ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୬ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୫୬୪ ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୧୪୮୭ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ରରେ ୫୨୬, ଦିଲ୍ଲୀରେ […] The post ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୮୬୬ ସଂକ୍ରମିତ, ୨୪ ଘଣ୍ଟାରେ ୭ ମୃତ appeared first on KNews Odisha.

ଦେଶରେ କାୟା ମେଲାଉଛି କରୋନା । ସଂକ୍ରମିତ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୬ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୫୬୪ ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।
କେରଳରେ ସର୍ବାଧିକ ୧୪୮୭ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ରରେ ୫୨୬, ଦିଲ୍ଲୀରେ ୫୬୨, କର୍ଣ୍ଣାଟକରେ ୪୩୬, ତାମିଲନାଡୁରେ ୨୧୩, ପଶ୍ଚିମବଙ୍ଗରେ ୫୩୮, ଗୁଜରାଟରେ ୫୦୮, ଉତ୍ତର ପ୍ରଦେଶରେ ୧୯୮ମାମଲା ରହିଛି ।
୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୭ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀରେ ୨, କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଓଡ଼ିଶାରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଛି । ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ସମ୍ପୃକ୍ତ ବ୍ୟକ୍ତି ଏକାଧିକ ଜଟିଳ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।
କରୋନା ସ୍ଥିତି ଦେଖି କର୍ଣ୍ଣାଟକ ସରକାର ସ୍କୁଲ ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି । ଥଣ୍ଡା, କାଶ, ଜ୍ବର ଏବଂ ଅନ୍ୟ ଲକ୍ଷଣ ଥିଲେ ସ୍କୁଲ ଆସିବାକୁ ମନା କରାଯାଇଛି ।
JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । ଏଥିରେ ଏକ ଅତିରିକ୍ତ ପରିବର୍ତ୍ତନ ଅଛି ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ । JN.1 ପ୍ରକାର ଏତେ ବିପଜ୍ଜନକ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଅନେକ ଡାକ୍ତର କହିଛନ୍ତି ।
Also Read : ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ବେଳେ ଦଳାଚକଟା, ୧୦ ମୃତ
The post ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୪୮୬୬ ସଂକ୍ରମିତ, ୨୪ ଘଣ୍ଟାରେ ୭ ମୃତ appeared first on KNews Odisha.