ବିମାନ ଦୁର୍ଘଟଣା: ଭିଡିଓ କରିଥିବା ନାବାଳକଙ୍କ ବୟାନ ରେକର୍ଡ
ଅହମଦାବାଦ,୧୪ା୬: ଅହମଦାବାଦ ବିମାନ ଦୁର୍ଘଟଣା ବେଳର ଭିଡିଓ ଶୁଟିଂ କରିଥିବା ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନ ନିଜ ଅଭିଜ୍ଞତା ସମ୍ପର୍କରେ ବୟାନ ରେକର୍ଡ କରାଇଛନ୍ତି। ମୋବାଇଲ୍ ଫୋନ୍ରେ ବିମାନ ଉଡ଼ାଣର ଭିଡିଓ କରିବା ତାଙ୍କର ଅଭ୍ୟାସ। ସେ ଅହମଦାବାଦ ଆସିଥିବା ବେଳେ ଏକ ଘର ଛାତ ଉପରେ ଥାଇ ଏଆଇ ୧୭୧ ବିମାନର ଭିଡିଓ ରେକର୍ଡିଂ କରୁଥିଲେ। ମାତ୍ର ୨୪ ସେକେଣ୍ଡର ଶୁଟିଂ ପରେ ବିମାନଟିି ତଳକୁ ଖସି ନିକଟବର୍ତ୍ତୀ ମେଡିକାଲ କଲେଜ୍ କ୍ୟାମ୍ପସ୍ରେ ଥିବା ଏକ […] The post ବିମାନ ଦୁର୍ଘଟଣା: ଭିଡିଓ କରିଥିବା ନାବାଳକଙ୍କ ବୟାନ ରେକର୍ଡ appeared first on Dharitri Odia News.
ଅହମଦାବାଦ,୧୪ା୬: ଅହମଦାବାଦ ବିମାନ ଦୁର୍ଘଟଣା ବେଳର ଭିଡିଓ ଶୁଟିଂ କରିଥିବା ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନ ନିଜ ଅଭିଜ୍ଞତା ସମ୍ପର୍କରେ ବୟାନ ରେକର୍ଡ କରାଇଛନ୍ତି। ମୋବାଇଲ୍ ଫୋନ୍ରେ ବିମାନ ଉଡ଼ାଣର ଭିଡିଓ କରିବା ତାଙ୍କର ଅଭ୍ୟାସ। ସେ ଅହମଦାବାଦ ଆସିଥିବା ବେଳେ ଏକ ଘର ଛାତ ଉପରେ ଥାଇ ଏଆଇ ୧୭୧ ବିମାନର ଭିଡିଓ ରେକର୍ଡିଂ କରୁଥିଲେ।
ମାତ୍ର ୨୪ ସେକେଣ୍ଡର ଶୁଟିଂ ପରେ ବିମାନଟିି ତଳକୁ ଖସି ନିକଟବର୍ତ୍ତୀ ମେଡିକାଲ କଲେଜ୍ କ୍ୟାମ୍ପସ୍ରେ ଥିବା ଏକ ବିଲ୍ଡିଂକୁ ଧକ୍କାଦେଇ ଜଳିଉଠିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଥିବାବେଳେ ବିମାନର ଶେଷ ମୁହୂର୍ତ୍ତକୁ ଧରି ରଖିଥିବାରୁ ତଦନ୍ତର ମୁଖ୍ୟ ଦୃଶ୍ୟ ପ୍ରମାଣ ପାଲଟିଛି। ଶନିବାର ଆର୍ଯ୍ୟନ ତାଙ୍କ ବାପାଙ୍କ ସହ ଆସି ସାକ୍ଷୀ ଭାବେ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ୍ରେ ନିଜ ବୟାନ ରେକର୍ଡ କରାଇଛନ୍ତି।
The post ବିମାନ ଦୁର୍ଘଟଣା: ଭିଡିଓ କରିଥିବା ନାବାଳକଙ୍କ ବୟାନ ରେକର୍ଡ appeared first on Dharitri Odia News.