ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ
ଭୁବନେଶ୍ୱର, ୧୪।୫ (ତପନ ସ୍ବାଇଁ): ଇଣ୍ଡୋନେସିଆର ବାଟମଠାରେ ୫୬ତମ ଏସିଆନ ବଡିବିଲ୍ଡିଂ ଆଣ୍ଡ ଫିଜିକ୍ ସ୍ପୋଟର୍ସ ଚାମ୍ପିୟନଶିପ୍ ଅଗଷ୍ଟ ୬ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ଚୟନ ଟ୍ରାଏଲ୍ସ କେରଳର କୋଚିଠାରେ ଗତ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇ ଜଣେ ପ୍ରତିଯୋଗୀଭାବେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି କିଟ୍-କିସ୍ର ବଡିବିଲ୍ଡିଂ କୋଚ୍ ଶୁଭକାନ୍ତ ମଲିଆ। ସେହିପରି ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ […] The post ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ appeared first on Dharitri Odia News.
ଭୁବନେଶ୍ୱର, ୧୪।୫ (ତପନ ସ୍ବାଇଁ): ଇଣ୍ଡୋନେସିଆର ବାଟମଠାରେ ୫୬ତମ ଏସିଆନ ବଡିବିଲ୍ଡିଂ ଆଣ୍ଡ ଫିଜିକ୍ ସ୍ପୋଟର୍ସ ଚାମ୍ପିୟନଶିପ୍ ଅଗଷ୍ଟ ୬ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ଚୟନ ଟ୍ରାଏଲ୍ସ କେରଳର କୋଚିଠାରେ ଗତ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇ ଜଣେ ପ୍ରତିଯୋଗୀଭାବେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି କିଟ୍-କିସ୍ର ବଡିବିଲ୍ଡିଂ କୋଚ୍ ଶୁଭକାନ୍ତ ମଲିଆ। ସେହିପରି ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍)ର ବିଶ୍ୱ ଜୁନିୟର ଚାମ୍ପିୟନଶିପ୍ ପାଇଁ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (କିମ୍ସ)ର ଫିଜିଓଲୋଜି ଓ ସ୍ପୋଟର୍ସ ମେଡିସିନ ବିଭାଗୀୟ ମୁଖ୍ୟ ସୁଦୀପ ଶତପଥୀଙ୍କୁ ଟୁର୍ନାମେଣ୍ଟ ଡାକ୍ତରଭାବେ ନିଯୁକ୍ତି ମିଳିଛି। ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଜୁନିୟର ଚାମ୍ପିୟନଶିପ୍ ଚାଇନାର ନାନ୍ଚାଙ୍ଗଠାରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବରୁ ସୁଦୀପ ବିଡବ୍ଲ୍ୟୁଏଫ୍ ପକ୍ଷରୁ ନେଦରଲାଣ୍ଡ୍ସର ରୋଟରଡାମଠାରେ ୨୦୨୩ରେ ଅନୁଷ୍ଠିତ ୟୁରୋପିଆନ ପାରା ଗେମ୍ସରେ ଟୁର୍ନାମେଣ୍ଟ ଡାକ୍ତରଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ସେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଥିଲେ। ଏହା ବ୍ୟତୀତ ସେ ରିଓ ଅଲିମ୍ପିକ୍ସ ଓ ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ ପାଇଁ ସ୍ପୋଟର୍ସ ମେଡିସିନ ଡାକ୍ତର ମଧ୍ୟ ଥିଲେ। ସୁଦୀପ ୨୦୧୫ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ସଚିନ ତେନ୍ଦୁଲକରଙ୍କ ମାଲିକାନାରେ ଥିବା କେରଳ ବ୍ଲାଷ୍ଟର୍ସ ଏଫ୍ସି ଦଳର ଟିମ୍ ଡାକ୍ତର ଥିଲେ। ଉଭୟ ଶୁଭକାନ୍ତ ଓ ସୁଦୀପଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।
The post ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ appeared first on Dharitri Odia News.