କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୯।୧୦: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ତାଙ୍କୁ ଅନେକ ମ୍ୟାଚ ପାଇଁ ସମର୍ଥନ କରୁନାହିଁ। ୨୦୨୪ ବର୍ଷ ମଧ୍ୟ କୋହଲିଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇନାହିଁ । କୋହଲିଙ୍କ ବ୍ୟାଟ ନା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମ୍ ଦେଖାଇନି। ଯେହେତୁ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅନେକ ଟେଷ୍ଟ ରେକର୍ଡ ରଖିଛନ୍ତି, ତେବେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ତାଙ୍କ ଫର୍ମ ବର୍ଡର -ଗାଭାସ୍କର ଟ୍ରଫିରେ […] The post କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧୦: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ତାଙ୍କୁ ଅନେକ ମ୍ୟାଚ ପାଇଁ ସମର୍ଥନ କରୁନାହିଁ। ୨୦୨୪ ବର୍ଷ ମଧ୍ୟ କୋହଲିଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇନାହିଁ । କୋହଲିଙ୍କ ବ୍ୟାଟ ନା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମ୍ ଦେଖାଇନି। ଯେହେତୁ ବିରାଟ କୋହଲି ଅଷ୍ଟ୍ରେଲିଆରେ ଅନେକ ଟେଷ୍ଟ ରେକର୍ଡ ରଖିଛନ୍ତି, ତେବେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ତାଙ୍କ ଫର୍ମ ବର୍ଡର -ଗାଭାସ୍କର ଟ୍ରଫିରେ ଫେରିବ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ କୋହଲିଙ୍କ ଫର୍ମ ବିଷୟରେ ଅନେକ କଥା କହିଛନ୍ତି ଏବଂ ବିରାଟଙ୍କ ଅଷ୍ଟ୍ରେଲିଆ ଟେଷ୍ଟ ଗସ୍ତକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି।
କୋହଲିଙ୍କ ପାଇଁ ଏହି ସିରିଜ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପାରେ , କାରଣ ଏହା ଅଷ୍ଟ୍ରେଲିଆରେ ତାଙ୍କର ଶେଷ ଟେଷ୍ଟ ଯାତ୍ରା ହୋଇପାରେ ବୋଲି ଗାଙ୍ଗୁଲି ବିଶ୍ୱାସ କରୁଛନ୍ତି। ୩୬ ବର୍ଷ ବୟସ୍କ କୋହଲିଙ୍କ ପାଇଁ ଭବିଷ୍ୟତରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା କଷ୍ଟକର ହୋଇପାରେ। ଏହି ବିଷୟରେ ଗାଙ୍ଗୁଲି କହିଛନ୍ତି, ସେ ଜଣେ ଚାମ୍ପିୟନ ବ୍ୟାଟ୍ସମ୍ୟାନ ଏବଂ ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୨୦୧୪ ରେ ଚାରି ଶତକ ଏବଂ ୨୦୧୮ରେ ଗୋଟିଏ ଶତକ ସ୍କୋର କରିଥିଲେ। ସେ ଏହି ସିରିଜରେ ନିଜର ଚିହ୍ନ ଛାଡିବାକୁ ଚାହିଁବେ ଏବଂ ସେ ଏହା ମଧ୍ୟ ଅନୁଭବ କରିବେ ଯେ ଏହା ତାଙ୍କର ଅଷ୍ଟ୍ରେଲିଆ ଗସ୍ତର ଶେଷ ଯାତ୍ରା ହୋଇପାରେ। “
The post କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି appeared first on Dharitri Odia News.