ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ନିଆଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଜେଲରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ହୃଦଘାତ ସମସ୍ୟା ଦେଖାଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଖୁବ ଶୀଘ୍ର ତାଙ୍କ ରିପୋର୍ଟ ଜାରି କରାଯିବ। ତାଙ୍କ ପୁଅଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନରେ ବି ସେ […] The post ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି।
ଏହା ପରେ ତାଙ୍କୁ ବାନ୍ଦା ମେଡିକାଲ କଲେଜକୁ ନିଆଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଜେଲରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ହୃଦଘାତ ସମସ୍ୟା ଦେଖାଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଖୁବ ଶୀଘ୍ର ତାଙ୍କ ରିପୋର୍ଟ ଜାରି କରାଯିବ।
ତାଙ୍କ ପୁଅଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିନରେ ବି ସେ ଥରେ ବେହୋସ ହୋଇଯାଇଥିଲେ। ମୁଖତାରଙ୍କ ଭାଇ ଅଫଜାଲ ଅନସାରି ମଧ୍ୟ କହିଛନ୍ତି ଯେ କୌଣସି ସରକାରୀ ଟେଲିଗ୍ରାମ ଏପର୍ଯ୍ୟନ୍ତ ପରିବାରକୁ ଆସି ନାହଁି। ମୁଖତାରଙ୍କ ଓକିଲମାନେ ମେଡିକାଲ କଲେଜରେ ପହଞ୍ଚିଛନ୍ତି ଏବଂ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇନାହିଁ। ମୁଖତାର ପିସିଓରୁ କଲ କରିଥିଲେ, ଉମର କହିଛନ୍ତି ମୁଖତାର ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଜେଲରେ ବନ୍ଦୀଥିବା ପୂର୍ବତନ ବାହୁବଳି ବିଧାୟକ ମୁଖତାର ଅନସାରୀଙ୍କର ସ୍ବାସ୍ଥ୍ୟ ୨୬ ମାର୍ଚ୍ଚରେ ବିଗିଡି ଯାଇଥିଲା। ସେତେବେଳେ ବି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ମୁଖତାରଙ୍କ ଏମପି ଭାଇ ଅଫଜାଲ ଅନସାରି କହିଥିଲେ କି ଜେଲରେ ତାଙ୍କୁ ଦୁଇଥର ବିଷ ଦିଆଯାଇଥିଲା।
The post ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.