ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ପ୍ରଥମ ଥର ପାଇଁ ପୁରୁଷ ଦିବସ ପାଳନ କରିବାର ଦାବି ଉଠିଥିଲା। ଫେବୃଆରୀ ୨୩ରେ ସର୍ବଭାରତୀୟ ସ୍ତରରେ ପୁରୁଷ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆମେରିକା, ଅଷ୍ଟ୍ରେଲିଆ ସଂଗଠନଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା। ଦୁଇ ବର୍ଷ ଧରି ପୁରୁଷ ଦିବସ କାର୍ଯ୍ୟକ୍ରମ ଆୟୋଜନ […] The post ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ appeared first on Dharitri Odia News.

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
ପ୍ରଥମ ଥର ପାଇଁ ପୁରୁଷ ଦିବସ ପାଳନ କରିବାର ଦାବି ଉଠିଥିଲା। ଫେବୃଆରୀ ୨୩ରେ ସର୍ବଭାରତୀୟ ସ୍ତରରେ ପୁରୁଷ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆମେରିକା, ଅଷ୍ଟ୍ରେଲିଆ ସଂଗଠନଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା। ଦୁଇ ବର୍ଷ ଧରି ପୁରୁଷ ଦିବସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ୧୯୯୫ ପର୍ଯ୍ୟନ୍ତ ବହୁତ କମ ସଂସ୍ଥା ଏହି ଘଟଣାଗୁଡ଼ିକର ଅଂଶ ହୋଇଥିଲେ। ଫଳସ୍ବରୂପ ଇଭେଣ୍ଟ ବନ୍ଦ ହୋଇଗଲା।
ଏବଂ ଟୋବାଗୋରେ ଥିବା ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ତିଲକ ସିଂ ୧୯୯୯ରେ ପ୍ରଥମ ଥର ପାଇଁ ନଭେମ୍ବର୧୯ରେ ପୁରୁଷ ଦିବସ ପାଳନ କରିଥିଲେ। ନିଜ ପିତାଙ୍କ ଜନ୍ମଦିନ ଅବସରରେ ପ୍ରଫେସର ଏହି ଦିନ ପାଳନ କରିଥିଲେ। ସେ ପୁରୁଷମାନଙ୍କୁ ପ୍ରସଙ୍ଗ ଉଠାଇବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ୧୯ ନଭେମ୍ବର ୨୦୦୭ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା।
ସ୍ବତନ୍ତ୍ର ଥିମ୍‌ ଆଧାରରେ ପ୍ରତିବର୍ଷ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଚଳିତବର୍ଷ ଅନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୪ର ଥିମ୍‌ ହେଉଛି ‘ମେନ୍ସ ହେଲ୍ଥ ଚାମ୍ପିଅନ’ (Men’s Health Champions)। ଏହି ଥିମ୍‌ ପୁରୁଷଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଉପରେ ଧ୍ୟାନ ଦେଇଥାଏ।

The post ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ appeared first on Dharitri Odia News.