ଯେଉଁମାନେ ଅପରାଧରେ ସମ୍ପୃକ୍ତ ସେମାନଙ୍କୁ ଛାଡ଼ି ଦିଆଯାଇଛି: ସଂଜୟ ରାୟ

କୋଲକାତା: ସିଅଲଦା କୋର୍ଟ ଆଜି ଆରଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସଂଜୟ ରାୟକୁ ଦୋଷୀସାବ୍ୟସ୍ତ କରିଛନ୍ତି। ଜଷ୍ଟିସ ଅନିର୍ବାଣ ଦାସ ଆଜି ଏହି ମାମଲାରେ ରାୟ ଶୁଣାଇବା ସମୟରେ ଦୋଷୀ ସଂଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ତାକୁ ଭୁଲ୍‌ରେ ଫସାଇ ଦିଆଯାଇଛି ବୋଲି ସଂଜୟ ରାୟ ଦାବି କରିଥିଲା। ସଂଜୟ ରାୟ କହିଛି, ମୁଁ କିଛି କରିନାହିଁ। ଯେଉଁମାନେ ଏହି ଅପରାଧ ଘଟାଇଛନ୍ତି ସେମାନଙ୍କୁ ଛାଡ଼ି ଦିଆଯାଇଛି। ମତେ ଏହି […]

ଯେଉଁମାନେ ଅପରାଧରେ ସମ୍ପୃକ୍ତ ସେମାନଙ୍କୁ ଛାଡ଼ି ଦିଆଯାଇଛି: ସଂଜୟ ରାୟ

କୋଲକାତା: ସିଅଲଦା କୋର୍ଟ ଆଜି ଆରଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସଂଜୟ ରାୟକୁ ଦୋଷୀସାବ୍ୟସ୍ତ କରିଛନ୍ତି। ଜଷ୍ଟିସ ଅନିର୍ବାଣ ଦାସ ଆଜି ଏହି ମାମଲାରେ ରାୟ ଶୁଣାଇବା ସମୟରେ ଦୋଷୀ ସଂଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ତାକୁ ଭୁଲ୍‌ରେ ଫସାଇ ଦିଆଯାଇଛି ବୋଲି ସଂଜୟ ରାୟ ଦାବି କରିଥିଲା। ସଂଜୟ ରାୟ କହିଛି, ମୁଁ କିଛି କରିନାହିଁ। ଯେଉଁମାନେ ଏହି ଅପରାଧ ଘଟାଇଛନ୍ତି ସେମାନଙ୍କୁ ଛାଡ଼ି ଦିଆଯାଇଛି। ମତେ ଏହି ମାମଲାରେ ଭୁଲ୍‌ରେ ଫସାଇ ଦିଆଯାଇଛି। ଜଣେ ଆଇପିଏସ୍‌ଙ୍କର ଏହି ମାମଲାରେ ସମ୍ପୃକ୍ତି ଥିବା ସଂଜୟ ରାୟ ଦାବି କରିଛି। ସଂଜୟ ରାୟ କହିଥିଲା, ମୁଁ ସବୁବେଳେ ମୋ ବେକରେ ରୁଦ୍ରାକ୍ଷ ଚେନ୍‌ ପକାଏ। ଯଦି ମୁଁ ଏହି ଅପରାଧ କରିଥାନ୍ତି ତେବେ ଅପରାଧ ସ୍ଥଳରେ ମୋ ଚେନ୍‌ ଭାଙ୍ଗି ଯାଇଥାନ୍ତା। ମୁଁ ଏହି ଅପରାଧ ଘଟାଇନି ବୋଲି ସଂଜୟ ରାୟ କହିଛି।