ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ହେଉଛି ଧାନ ସଂଗ୍ରହ – ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ପ୍ରଭାବରେ ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଧ୍ୟମ ଧରଣର ବର୍ଷା ଜାରି ରହିଛି । ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ ତାକୁ ଟୋକନ ଦିଆଯାଇଛି । […]

ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ହେଉଛି ଧାନ ସଂଗ୍ରହ – ପ୍ରସନ୍ନ ଆଚାର୍ଯ୍ୟ
ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ହେଉଛି ଧାନ ସଂଗ୍ରହ - ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ପ୍ରଭାବରେ ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଧ୍ୟମ ଧରଣର ବର୍ଷା ଜାରି ରହିଛି । ହଜାର ହଜାର ଏକର ଧାନ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା ପାଖରେ ଟୋକନ ନାହିଁ, କିନ୍ତୁ ଯାହାର ଧାନ ଅମଳ ହୋଇନାହିଁ ତାକୁ ଟୋକନ ଦିଆଯାଇଛି । ଚାଷୀ ଅମଳ ହୋଇଥିବା ଧାନ କେଉଁଠି ରଖିବ। ମଣ୍ଡିରେ ଧାନ ବର୍ଷାପାଣିରେ ନଷ୍ଟ ହେଉଛି । ଗ୍ରାଉଣ୍ଡରେ କ’ଣ ଅବସ୍ଥା ସରକାର ନିଜେ ଯାଇ ଦେଖନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର। ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି। ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ। ବର୍ଷାରେ ଧାନର ରଙ୍ଗ ବଦଳି ଯିବ। ଆଉ ତାହାର FAQ କ୍ୱାଲିଟି ରହିବ ନାହିଁ । ଯାହାଦ୍ବାରା ଚାଷୀ କ୍ଷତି ସହିବ । ଚାଷୀ ବାଧ୍ୟ ହୋଇ ଦଲାଲମାନଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବ। ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି।

ଅନ୍ୟପଟେ ମହାନଦୀ ଜଳବିବାଦକୁ ନେଇ ଓଡିଶା ସରକାରଙ୍କ ସହିତ ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡବଲ୍ ଇଞ୍ଜିନ ଜାଗାରେ ଟ୍ରିପିଲ୍ ଇଞ୍ଜିନ ଆସିଛି । ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର । କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ ଆହୁରି ବିଳମ୍ବିତ ହେଉଛି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ମହାନଦୀ ବିବାଦର ସମାଧାନ ହୋଇପାରୁନାହିଁ । ସରକାର ଯେତେ ଇଞ୍ଜିନର ହେଉ ନା କାହିଁକି ତାହା ଚାଲିବା ଦରକାର ବୋଲି ପ୍ରସନ୍ନ କହିଛନ୍ତି । ଟ୍ରିପଲ ଇଞ୍ଜିନ ଜାଗାରେ ୫ଟା ଇଞ୍ଜିନ ଲଗାଇଲେ ବି ଯଦି ଇଞ୍ଜିନ ଚାଲିବ ନାହିଁ, ତାହେଲେ କ’ଣ କରାଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।