ଦେଶରେ ଧିରେ ଧିରେ ବ୍ୟାପୁଛି କରୋନା ! ଜାଣନ୍ତୁ କେଉଁ ରାଜ୍ୟରେ କେତେ ମାମଲା

ନୂଆଦିଲ୍ଲୀ : ଭାରତରେ ପୁଣି ଥରେ କୋଭିଡ-୧୯ର ମାମଲାରେ ବୃଦ୍ଧି ଦେଖିବାକୁ ମିଳୁଛି। ମହାରାଷ୍ଟ୍ର , ହରିଆଣା , ତାମିଲନାଡୁ , କର୍ଣ୍ଣାଟକ, ଓଡ଼ିଶା ଓ ଗୁଜରାଟରୁ ନୂଆ ମାମଲା ସାମ୍ନାକୁ ଆସୁଛି। ମହାରାଷ୍ଟ୍ରରେ ପାଖାପାଖି ୧୦୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୫ଟି ନୂଆ କେସ୍‌ ଦେଖିବାକୁ ମିଳିଛି। କର୍ଣ୍ଣାଟକର ବେଙ୍ଗାଲୁରରେ ଏକ ନବଜାତ ଶିଶୁର ମାମଲା ସାମ୍ନାକୁ ଆସିଛି। ମୁମ୍ୱାଇ , ଚେନ୍ନାଇ , ଗୁରୁଗ୍ରାମ୍‌ ଓ ଅହମ୍ମଦାବାଦ ଭଳି ସହରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁତାବିକ , ମଇରେ ଏବେସୁଦ୍ଧା ମୁମ୍ୱାଇରେ କୋଭିଡ-୧୯ର ୯୫ଟି ମାମଲା ସାମ୍ନାକୁ ଆସିଛି, ଯାହାକି ଜାନୁଆରୀରୁ ମହାରାଷ୍ଟ୍ରର ମୋଟ ୧୦୬ଟି ମାମଲାର ତୁଳନାରେ ଏକ ବହତ୍ତ ବୃଦ୍ଧି ଘଟିଛି। ଅତି କମ୍‌ରେ ୧୬ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ରୋଗୀଙ୍କୁ କେଇଏମ୍ ହସ୍ପିଟାଲରୁ ସେବନ ହେଲ୍ସ ହସ୍ପିଟାଲକୁ ଟ୍ରାନ୍ସ କରାଯାଉଛି। ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦରେ କରୋନା ଭାଇରସ ସଂକ୍ରମଣର ତିନୋଟି ମାମଲା ସାମ୍ନାକୁ ଆସିଛି। ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ, ଗୁରୁଗ୍ରାମରୁ ଦୁଇ ଓ ଫରିଦାବାଦରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ନିକଟରେ ମୁମ୍ୱାଇରୁ ଫେରିଥିବା ୩୧ ବର୍ଷିୟ ମହିଳାଙ୍କ ଠାରେ କରୋନା ଭାଇରସ ସଂକ୍ରମଣର ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ୬୨ ବର୍ଷ ବୟସର ଜଣେ ବ୍ୟକ୍ତି ମଧ୍ୟ ସଂକ୍ରମି

ଦେଶରେ ଧିରେ ଧିରେ ବ୍ୟାପୁଛି କରୋନା ! ଜାଣନ୍ତୁ କେଉଁ ରାଜ୍ୟରେ କେତେ ମାମଲା

ନୂଆଦିଲ୍ଲୀ : ଭାରତରେ ପୁଣି ଥରେ କୋଭିଡ-୧୯ର ମାମଲାରେ ବୃଦ୍ଧି ଦେଖିବାକୁ ମିଳୁଛି। ମହାରାଷ୍ଟ୍ର , ହରିଆଣା , ତାମିଲନାଡୁ , କର୍ଣ୍ଣାଟକ, ଓଡ଼ିଶା ଓ ଗୁଜରାଟରୁ ନୂଆ ମାମଲା ସାମ୍ନାକୁ ଆସୁଛି। ମହାରାଷ୍ଟ୍ରରେ ପାଖାପାଖି ୧୦୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୫ଟି ନୂଆ କେସ୍‌ ଦେଖିବାକୁ ମିଳିଛି। କର୍ଣ୍ଣାଟକର ବେଙ୍ଗାଲୁରରେ ଏକ ନବଜାତ ଶିଶୁର ମାମଲା ସାମ୍ନାକୁ ଆସିଛି। 

ମୁମ୍ୱାଇ , ଚେନ୍ନାଇ , ଗୁରୁଗ୍ରାମ୍‌ ଓ ଅହମ୍ମଦାବାଦ ଭଳି ସହରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁତାବିକ , ମଇରେ ଏବେସୁଦ୍ଧା ମୁମ୍ୱାଇରେ କୋଭିଡ-୧୯ର ୯୫ଟି ମାମଲା ସାମ୍ନାକୁ ଆସିଛି, ଯାହାକି ଜାନୁଆରୀରୁ ମହାରାଷ୍ଟ୍ରର ମୋଟ ୧୦୬ଟି ମାମଲାର ତୁଳନାରେ ଏକ ବହତ୍ତ ବୃଦ୍ଧି ଘଟିଛି। ଅତି କମ୍‌ରେ ୧୬ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ରୋଗୀଙ୍କୁ କେଇଏମ୍ ହସ୍ପିଟାଲରୁ ସେବନ ହେଲ୍ସ ହସ୍ପିଟାଲକୁ ଟ୍ରାନ୍ସ କରାଯାଉଛି। 

ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦରେ କରୋନା ଭାଇରସ ସଂକ୍ରମଣର ତିନୋଟି ମାମଲା ସାମ୍ନାକୁ ଆସିଛି। ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ, ଗୁରୁଗ୍ରାମରୁ ଦୁଇ ଓ ଫରିଦାବାଦରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ନିକଟରେ ମୁମ୍ୱାଇରୁ ଫେରିଥିବା ୩୧ ବର୍ଷିୟ ମହିଳାଙ୍କ ଠାରେ କରୋନା ଭାଇରସ ସଂକ୍ରମଣର ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ୬୨ ବର୍ଷ ବୟସର ଜଣେ ବ୍ୟକ୍ତି ମଧ୍ୟ ସଂକ୍ରମିତ ଥିବା ଜଣା ପଡ଼ିଛି, ଯାହାଙ୍କର କୌଣସି ଯାତ୍ରା ଇତିହାସ ନାହିଁ । ଅଧିକାରୀ କହିଛନ୍ତି ଯେ, ଉଭୟ ରୋଗୀଙ୍କୁ ଆଇସୋଲେଟ୍‌ କରିଦିଆ ଯାଇଛି। 

ଅନ୍ୟପଟେ ଫରିଦାବାଦରେ ପଲ୍ଲା ଅଞ୍ଚଳର ସେହତପୁର ନିବାସୀ ୨୮ ବର୍ଷିୟ ସିକ୍ୟୁରିଟି ଗାର୍ଡ କୋଭିଡ୍‌ ସଂକ୍ରମିତ ଥିବା ଜଣାପଡ଼ିଛି। ଗତ ଅନେକ ଦିନରୁ ଜ୍ୱର , କାଶ ଓ ଥଣ୍ଡାରେ ପୀଡ଼ିତ ହେବା ପରେ ସେ ଚିକିତ୍ସା ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ଯାଇଥିଲେ। ଅଧିକାରୀ କହିଛନ୍ତି ଯେ, ସେଠାରେ କୋଭିଡ୍‌ ଯାଞ୍ଚରେ ସଂକ୍ରମଣ ସ୍ପଷ୍ଟ ହୋଇଛି। 

ଗୁଜରାଟର ଅହମ୍ମଦାବାଦରେ ୧୫ଟି ମାମଲା ସାମ୍ନାକୁ ଆସିଛି। ଏହି ରୋଗୀଙ୍କ ଠାରେ କରୋନାର ଜେଏନ୍‌-୧ ଭାରିଆଣ୍ଟ ମିଳିଛି। ଏହି ସବୁ ରୋଗୀଙ୍କ ଚିକିତ୍ସା ଚାଲିଛି। ଏହି ଭାରିଆଣ୍ଟ ଓମିକ୍ରନ ପରି , ଯାହା ପ୍ରଥମଥର ଅଗଷ୍ଟ ୨୦୨୩ରେ ଜଣାପଡ଼ି ଥିଲା। ତାମିଲନାଡୁରେ ମଧ୍ୟ ନିକଟର କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି, ପୁଡୁଚେରୀରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଡାକ୍ତରଙ୍କ କହିବାନୁସାରେ, ଆରମ୍ଭରେ ଇନଫ୍ଲୁଏଞ୍ଜାର କାରଣରୁ ହେବାକୁ ଥିବା ଜ୍ୱରରେ କୋଭିଡ୍‌-୧୯ ପାଇଁ ସକରାତ୍ମକ ପରୀକ୍ଷଣକୁ ତୀବ୍ର କରାଯାଇଛି। କର୍ଣ୍ଣାଟକରେ ଅନେକ ମାମଲା ବଢିଛି। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ଅନୁସାରେ, କର୍ଣ୍ଣାଟକରେ କୋଭିଡ-୧୯ର ୧୬ଟି ସକ୍ରିୟ ମାମଲା ସାମ୍ନାକୁ ଆସିଛି। 

ଏହିପରି ଓଡ଼ିଶାରେ ମଧ୍ୟ ଏକ ନୂଆ ମାମଲା ମିଳିଛି ଏବଂ ବର୍ତ୍ତମାନ ରୋଗୀଙ୍କ ସ୍ଥିତି ସ୍ଥିର ଅଛି। କେରଳରେ ଏବେସୁଦ୍ଧା ୧୮୨ ମାମଲା ସାମ୍ନାକୁ ଆସି ସାରିଛି। ଦିଲ୍ଲୀରେ ୫ଟି ନୂଆ ମାମଲା ମିଳିଛି। ପୁଣେ ନଗର ନିଗମର ସ୍ୱାସ୍ଥ୍ୟ ମୁଖ୍ୟ ଡ. ନିନା ବୋରୋଡେ କହିଛନ୍ତି, ମଇ ମାସରେ ଆମ ପାଖରେ କେବଳ ଏକ ମାମଲା ଥିଲା- ମଞ୍ଜରୀରୁ ୮୭ ବର୍ଷିୟ ଜଣେ ବ୍ୟକ୍ତି, ଯିଏ ଏବେ ଠିକ୍‌ ହୋଇ ସାରିଛନ୍ତି।