ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ…

ନୂଆପଡ଼ା/ଖଡିଆଳ,୬ା୫(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହର ଶାନ୍ତିନଗର ପଡ଼ାରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବାବେଳେ ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଶାନ୍ତିନଗର ପଡ଼ାର ଗୌରବ ଅଗ୍ରୱାଲ (୨୦) ସକାଳ ୬ଟାରେ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ସେହି ସମୟରେ ଦୁଇ ଯୁବକ ଘରର ଅନତି ଦୂରରେ ଏକ ବୁଦାମୂଳେ ଲୁଚି ରହିଥିବା ସେ ଦେଖିବାକୁ ପାଇଥିଲେ। ଗୌରବଙ୍କୁ ଦେଖିବା କ୍ଷଣି ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। […] The post ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ… appeared first on Dharitri Odia News.

ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ…

ନୂଆପଡ଼ା/ଖଡିଆଳ,୬ା୫(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହର ଶାନ୍ତିନଗର ପଡ଼ାରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବାବେଳେ ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଶାନ୍ତିନଗର ପଡ଼ାର ଗୌରବ ଅଗ୍ରୱାଲ (୨୦) ସକାଳ ୬ଟାରେ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ସେହି ସମୟରେ ଦୁଇ ଯୁବକ ଘରର ଅନତି ଦୂରରେ ଏକ ବୁଦାମୂଳେ ଲୁଚି ରହିଥିବା ସେ ଦେଖିବାକୁ ପାଇଥିଲେ। ଗୌରବଙ୍କୁ ଦେଖିବା କ୍ଷଣି ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରଥମ ଗୁଳି ଚଳାଇବା ବେଳେ ଗୌରବ ବସିପଡିବାରୁ ରକ୍ଷା ପାଇଯାଇଥିଲେ। ସେହିପରି ଦ୍ୱିତୀୟ ଗୁଳି ଚଳାଇବାବେଳେ ସେ ଡେଇଁପଡି ନିଜକୁ ସୁରକ୍ଷିତ ରଖିଥିଲେ। ଭୟରେ ଗୌରବ ଘରକୁ ଦୌଡିଆସି ଜଣାଇବା ପରେ ପରିବାର ଲୋକେ ଏ ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସମ୍ପୃକ୍ତ ୨ ଯୁବକ ଫେରାର ଅଛନ୍ତି ା କେଉଁ କାରଣରୁ ଗୌରବଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ତାହା ଅସ୍ପଷ୍ଟ ରହିଛି। ଏହାକୁ ନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଭିଯୋଗ ପରେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ସହରରେ ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି। ଯୁବକ ଦ୍ୱୟ ଧରାପଡିବା ପରେ ଗୁଳିମାଡ଼ର କାରଣ ଜଣାପଡିବ ବୋଲି ସେ କହିଛନ୍ତି।

The post ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ… appeared first on Dharitri Odia News.