ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍ସିଏସ୍ଙ୍କୁ ତଦନ୍ତ ନିର୍ଦ୍ଦେଶ
ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆରସିଏସ୍) ହସ୍ତକ୍ଷେପ କରିଛନ୍ତି। ଏହି ମର୍ମରେ ଆର୍ସିଏସ୍ ପକ୍ଷରୁ ଯୁଗ୍ମ ନିବନ୍ଧକ ଶୁକ୍ରବାର ବିଞ୍ଝାରପୁର ଅଞ୍ଚଳର କେତେଜଣ ସାମାଜିକ କର୍ମୀଙ୍କ ନିଜସ୍ବ ଅଭିଯୋଗ ଆଧାରରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯାଜପୁର ସମବାୟ ସମିତିର ଉପନିବନ୍ଧକ(ଡିଆରସିଏସ୍)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଗରିବ କୃଷକ ସଦସ୍ୟଙ୍କ […] The post ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍ସିଏସ୍ଙ୍କୁ ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.
ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆରସିଏସ୍) ହସ୍ତକ୍ଷେପ କରିଛନ୍ତି। ଏହି ମର୍ମରେ ଆର୍ସିଏସ୍ ପକ୍ଷରୁ ଯୁଗ୍ମ ନିବନ୍ଧକ ଶୁକ୍ରବାର ବିଞ୍ଝାରପୁର ଅଞ୍ଚଳର କେତେଜଣ ସାମାଜିକ କର୍ମୀଙ୍କ ନିଜସ୍ବ ଅଭିଯୋଗ ଆଧାରରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯାଜପୁର ସମବାୟ ସମିତିର ଉପନିବନ୍ଧକ(ଡିଆରସିଏସ୍)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଗରିବ କୃଷକ ସଦସ୍ୟଙ୍କ କୃଷିଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ଆର୍ସିଏସ୍ ରାଜ୍ୟର ସମସ୍ତ ଡିଆରସିଏସ୍, ଏଆରସିଏସ୍ ଏବଂ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ(ସିସିିବି)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଋଣ ପାସ୍ବୁକ୍ କିମ୍ବା ଚେକ୍ବୁକ୍ ସମ୍ପୃକ୍ତ ସମ୍ପାଦକମାନେ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହାବାଦ୍ ବ୍ରାଞ୍ଚ ମ୍ୟାନେଜର ପ୍ରତି ୩ ମାସରେ ଥରେ ପ୍ରତ୍ୟେକ ପ୍ୟାକ୍ସର ଋଣୀଙ୍କ ପାସ୍ବୁକ୍ ନିଶ୍ଚିତ ଭାବେ ତଦନ୍ତ କରିବେ। ଏହିସବୁ ନିର୍ଦ୍ଦେଶର ଅନୁପାଳନ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବନ୍ଧକ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। କିନ୍ତୁ ବିଭିନ୍ନ ଉପାୟରେ ଚାଷୀଙ୍କ ଋଣ ଅର୍ଥ ହଡ଼ପ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ନିର୍ଦ୍ଦେଶ କେବଳ ଫାଇଲ ଭିତରେ ଚପି ରହିଛି ବୋଲି ଅଭିଯୋଗ ହୋଇଛି। ଏହାର ଏକ ନିଚ୍ଛକ ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ରାଞ୍ଚରେ ଦେଖିବାକୁ ମିଳିଛି। ସାମାଜିକ କର୍ମୀ ରବି ସାହୁ, କନକଲତା ମହାନ୍ତି, ପ୍ରିୟବ୍ରତ ପାତ୍ର, ଜାନକୀ କାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ଏହି ବ୍ରାଞ୍ଚରେ ବେଆଇନ ଭାବେ ଚାଷୀ ଓ ଋଣୀଙ୍କଠାରୁ ଟଙ୍କା ଅସୁଲି କରାଯାଉଛି। ଏଠାକାର ସମ୍ପୃକ୍ତ ଅଧିକାରୀ ପ୍ରତି ୬ ମାସରେ ୪ଚକିଆ ଗାଡ଼ି କିଣୁଛନ୍ତି। ବର୍ଷେ ମଧ୍ୟରେ ଦୁଇଟି ଟ୍ରକ ତାଙ୍କ ପରିବାରବର୍ଗଙ୍କ ନାମରେ କିଣିଛନ୍ତି। ଭୁବନେଶ୍ୱରରେ କୋଟିଏ ଟଙ୍କାର ଜମି କିଣିଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଦୁଇ ଜଣ ଡାଇରେକ୍ଟର ମାସିକ ଚାନ୍ଦା ନେଇ ଏହି ଦୁର୍ନୀତିକୁ ସୁରକ୍ଷା ଦେଉଛନ୍ତି। ମୋ ସ୍କୁଟି ଋଣ ଯୋଜନାରେ ମୁଣ୍ଡ ପିଛା ୬ ହଜାର ଟଙ୍କା ଆଦାୟ ହେଉଛି। କୃଷି ଋଣରେ ପ୍ରତି ଚାଷୀଙ୍କଠାରୁ ୮୦୦ ଟଙ୍କା, ଏସଏଚ୍ଜି ଋଣ ବାବଦକୁ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। ବିଶେଷକରି ମୋ ସ୍କୁଟର ଋଣରେ ନାହିଁ ନଥିବା ଦୁର୍ନୀତି ହେଉଛି। ସ୍କୁଟର ଦର ଯଦି ୮୦ ହଜାର ଟଙ୍କା ଥିବ ତାକୁ ୧ ଲକ୍ଷ ଟଙ୍କା କରି ଦେଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗାଡି ଡିଲରକୁ ୨୦୦ ସ୍କୁଟି ଯୋଗାଣ ଦାୟିତ୍ୱ ଦେଇ ବ୍ୟାପକ କମିଶନ କାରବାର ହୋଇଛି। ଏପରିକି ବେନାମୀ ଲୋକଙ୍କ ନାମରେ ସ୍କୁଟି ଋଣ ଦିଆଯାଇଛି। ବିଞ୍ଝାରପୁର ଶାଖାରେ ଜଣେ କର୍ମଚାରୀ ୩୪ ବର୍ଷ ହେଲା କାମ କରୁଛନ୍ତି। ଏପରିକି ଅନେକ କର୍ମଚାରୀଙ୍କ ୧୦ ବର୍ଷରୁ ଅଧିକ ସମୟ ହେବ ବଦଳି ହେଉନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପୂର୍ଣ୍ଣ ରାଜନୀତି ସଂସ୍ଥାରେ ପରିଣତ ହୋଇ ସାରିଛି ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍ ବେଣୁଧର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଉପରେ ପୂର୍ବରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ହୋଇ ସାରିଛି। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇନାହିଁ। ତେବେ ସ୍କୁଟି ଋଣରେ ଦୁର୍ନୀତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏସ୍ଏଚ୍ଜି ମାଧ୍ୟମରେ ଚେକ୍ ଦିଆଯାଇଛି। ଏନେଇ ଏସ୍ଏଚ୍ଜି ସଭ୍ୟାମାନଙ୍କୁ ପଚାରିବାରେ ସେମାନେ କାହାରିକୁ ଲାଞ୍ଚ ଦେଇନାହାନ୍ତି ବୋଲି କହିଛନ୍ତି।
The post ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍ସିଏସ୍ଙ୍କୁ ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.