ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ କେତେକ ସ୍କୁଲକୁ ଯାଇ ପରିଦର୍ଶନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ତେବେ ପୂର୍ବରୁ ତାଙ୍କ ଗସ୍ତସୂଚୀ ଚୂଡାନ୍ତ ହୋଇଥିଲେ ମଧ୍ୟ ଏନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ବିଭିନ୍ନ ସ୍ଥାନରେ ପ୍ରକଳ୍ପର ଅଚଳାବସ୍ଥା ଓ ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ କାଳେ ଅଭିଯୋଗ ହେଲେ ସମ୍ପୃକ୍ତ […] The post ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା appeared first on Dharitri Odia News.

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ କେତେକ ସ୍କୁଲକୁ ଯାଇ ପରିଦର୍ଶନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ତେବେ ପୂର୍ବରୁ ତାଙ୍କ ଗସ୍ତସୂଚୀ ଚୂଡାନ୍ତ ହୋଇଥିଲେ ମଧ୍ୟ ଏନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ବିଭିନ୍ନ ସ୍ଥାନରେ ପ୍ରକଳ୍ପର ଅଚଳାବସ୍ଥା ଓ ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ କାଳେ ଅଭିଯୋଗ ହେଲେ ସମ୍ପୃକ୍ତ ବିଭାଗ ଉପରେ କାର୍ଯ୍ୟାନୁଷ୍ଠନ ନିଆଯିବ ତେଣୁ ଗଣମାଧ୍ୟମ ସମେତ ଅନ୍ୟ କାହାକୁ କୌଣସି ସୂଚନା ଦିଆ ଯାଇ ନ ଥିଲା। ସଚିବଙ୍କ ଗସ୍ତ ସମୟରେ ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ଡିଇଓ ଲକ୍ଷ୍ମଣ ଭୋଇ, ବିଇଓ ଶାନ୍ତନୁ କୁମ୍ଭକାରଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

The post ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା appeared first on Dharitri Odia News.