ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି
ପାଟନା,୪।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଜାମୋଇରେ ପହଞ୍ଚିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଚିରାଗ ପାସୱାନଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଜାମୋଇର ଏହି ମାଟିରେ ଏକ ଅଭାବ ଅନୁଭବ କରୁଛୁ। ଆମ ପାଇଁ ଏହା ହେଉଛି ପ୍ରଥମ ନିର୍ବାଚନ ଯେତେବେଳେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ରାମ ବିଲାସ ପାସୱାନ ଜୀ, ବିହାରର […] The post ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ପାଟନା,୪।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଜାମୋଇରେ ପହଞ୍ଚିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଚିରାଗ ପାସୱାନଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଜାମୋଇର ଏହି ମାଟିରେ ଏକ ଅଭାବ ଅନୁଭବ କରୁଛୁ। ଆମ ପାଇଁ ଏହା ହେଉଛି ପ୍ରଥମ ନିର୍ବାଚନ ଯେତେବେଳେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ରାମ ବିଲାସ ପାସୱାନ ଜୀ, ବିହାରର ପୁତ୍ର, ଦଳିତଙ୍କ ପ୍ରିୟ ତଥା ବଞ୍ଚିତ ତଥା ମୋର ସର୍ବଶ୍ରେଷ୍ଠ ବନ୍ଧୁ ଆମ ମଧ୍ୟରେ ନାହାଁନ୍ତି। ମୁଁ ସନ୍ତୁଷ୍ଟ ଯେ ମୋର ସାନ ଭାଇ ଚିରାଗ ପାସୱାନ ରାମ ବିଲାସ ଜିଙ୍କ ଧାରଣାକୁ ସମ୍ପୂର୍ଣ୍ଣ ଗମ୍ଭୀରତାର ସହ ଆଗକୁ ନେଉଛନ୍ତି। ମୋ ଆଶା ସେ ଏଥିରେ ସଫଳ ହେବେ।
The post ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.