ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର,୩।୮:ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ ବାତିଲ ହୋଇଛି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ ଚଳାଚଳ କରୁଥିଲା। ଏହା ମଧ୍ୟରୁ […] The post ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ appeared first on Dharitri Odia News.

ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର,୩।୮:ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ ବାତିଲ ହୋଇଛି।
ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲାରେ ଲକ୍ଷ୍ମୀ ଏସି ବସ ଚଳାଚଳ ବନ୍ଦ କରାଯାଇଛି।

The post ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ appeared first on Dharitri Odia News.