ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଦବ୍‌ଦବା ଜାହିର କରିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ସେ ଶାହାରୁଖ ଖାନ୍‌ଙ୍କ ‘ଯବାନ୍‌’ରେ ଅଭିନୟ କରି ବାହାବାଃ ସାଉଁଟିଥିଲେ। ଏବେ ପୁଣିଥରେ ତାଙ୍କୁ ବଲିଉଡ୍‌ରୁ ବଡ଼ ଅଫର୍‌ ମିଳିଛି। ନୀତେଶ ତିଓ୍ବାରୀଙ୍କ ଚର୍ଚ୍ଚିତ ରାମାୟଣରେ ସେ […] The post ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା appeared first on Dharitri Odia News.

ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଦବ୍‌ଦବା ଜାହିର କରିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ସେ ଶାହାରୁଖ ଖାନ୍‌ଙ୍କ ‘ଯବାନ୍‌’ରେ ଅଭିନୟ କରି ବାହାବାଃ ସାଉଁଟିଥିଲେ। ଏବେ ପୁଣିଥରେ ତାଙ୍କୁ ବଲିଉଡ୍‌ରୁ ବଡ଼ ଅଫର୍‌ ମିଳିଛି। ନୀତେଶ ତିଓ୍ବାରୀଙ୍କ ଚର୍ଚ୍ଚିତ ରାମାୟଣରେ ସେ ନଜର ଆସିପାରନ୍ତି। ତାଙ୍କୁ ବିଭୀଷଣ ଭୂମିକା ଲାଗି ଆପ୍ରୋଚ୍‌ କରାଯାଇଛି। ଅଭିନେତାଙ୍କୁ ସ୍କ୍ରିପ୍ଟ ବେଶ ଭଲ ଲାଗିଛି। ପାଉଣା ଏବଂ ଅନ୍ୟ କିଛି ବିଷୟକୁ ନେଇ ନିର୍ମାତାଙ୍କ ସହ ସେ ଆଲୋଚନା କରୁଛନ୍ତି। ସବୁକିଛି ଠିକ୍‌ ରହିଲେ ବିଜୟ ଫିଲ୍ମ ସାଇନ୍‌ କରିବେ ବୋଲି କୁହାଯାଉଛି।

रणबीर कपूर की रामायण में विजय सेतुपति बनेंगे विभीषण, पर उनकी इस बात ने सबकी टेंशन बढ़ा दी

କହିରଖୁଛୁ, ନୀତେଶଙ୍କ ‘ରାମାୟଣ’ର ଶୁଟିଂ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇପାରେ। ଫିଲ୍ମରେ ରାବଣ ଭୂମିକାରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ନଜର ଆସିବେ। ସେହିଭଳି ଅଭିନେତ୍ରୀ ସାଇ ପଲ୍ଲବୀ ସୀତା, ଅଭିନେତା ରଣବୀର କପୁର ରାମ, ସନ୍ନି ଦେଓଲ ‘ହନୁମାନ’, କୈକେୟୀ ଭୂମିକା ଲାଗି ଲାରା ଦତ୍ତାଙ୍କୁ ଚୟନ କରାଯାଇଛି। ଜୁଲାଇ ମଧ୍ୟରେ ଏହାର ପାର୍ଟ-୧ର ଶୁଟିଂ ଶେଷ ହେବ। ୨୦୨୫ ଦୀପାବଳିରେ ଫିଲ୍ମଟି ରିଲିଜ ହୋଇପାରେ।

The post ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା appeared first on Dharitri Odia News.