ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା
ଭୁବନେଶ୍ୱର,୭।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅପରାଜିତା ମହାନ୍ତି, ବାବୁସାନଙ୍କ ସମେତ ପରିବାରଙ୍କୁ ଭେଟଛନ୍ତି ଧର୍ମେନ୍ଦ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉତ୍ତମ ମହାନ୍ତିଙ୍କ ଜୀବନବ୍ୟାପୀ ସାଧନା ଓ କୃତି ପାଇଁ ସେ ଓଡ଼ିଆ ଜନମାନସରେ ଚିର ଅମର ହୋଇ ରହିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ସମମରେ ଧର୍ମେନ୍ଦ୍ରଙ୍କ ସହ ବାବୁସିଂଙ୍କୁ […] The post ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା appeared first on Dharitri Odia News.
ଭୁବନେଶ୍ୱର,୭।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅପରାଜିତା ମହାନ୍ତି, ବାବୁସାନଙ୍କ ସମେତ ପରିବାରଙ୍କୁ ଭେଟଛନ୍ତି ଧର୍ମେନ୍ଦ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉତ୍ତମ ମହାନ୍ତିଙ୍କ ଜୀବନବ୍ୟାପୀ ସାଧନା ଓ କୃତି ପାଇଁ ସେ ଓଡ଼ିଆ ଜନମାନସରେ ଚିର ଅମର ହୋଇ ରହିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ସମମରେ ଧର୍ମେନ୍ଦ୍ରଙ୍କ ସହ ବାବୁସିଂଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।
ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା। କିଛିଦିନ ହେଲା ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
The post ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା appeared first on Dharitri Odia News.