ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ…
ନୂଆଦିଲ୍ଲୀ,୨୨ା୮: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ପୁଣି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରି କହିଛନ୍ତି, ମୃତ୍ୟୁ ଯଦି ସ୍ବାଭାବିକ ଥିଲା ତେବେ ପୋଷ୍ଟମର୍ଟମ କାହିଁକି ହେଲା। ପୋଷ୍ଟମର୍ଟମ ପରେ ମାମଲା ରୁଜୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ବୋଲି କୋର୍ଟ କହିଛନ୍ତି। ୩୦ ବର୍ଷ ଭିତରେ ଏଭଳି ମାମଲା […] The post ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୮: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ପୁଣି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରି କହିଛନ୍ତି, ମୃତ୍ୟୁ ଯଦି ସ୍ବାଭାବିକ ଥିଲା ତେବେ ପୋଷ୍ଟମର୍ଟମ କାହିଁକି ହେଲା। ପୋଷ୍ଟମର୍ଟମ ପରେ ମାମଲା ରୁଜୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ବୋଲି କୋର୍ଟ କହିଛନ୍ତି। ୩୦ ବର୍ଷ ଭିତରେ ଏଭଳି ମାମଲା ଦେଖିନାହୁଁ ବୋଲି ବିଚାରପତି ପାରିଦ୍ଓ୍ବାଲା କହିଛନ୍ତି। ଏଥିସହିତ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ। ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଷ୍ଟାଟସ୍ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ସିବିଆଇ।
The post ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ… appeared first on Dharitri Odia News.