ଗୁଜରାଟ, ଚେନ୍ନାଇର ବୃହତ୍‌ ବିଜୟ

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସ ବୃହତ୍‌ ବିଜୟ ହାସଲ କରିଛନ୍ତି। ଗୁଜରାଟ ୪୨-୨୨ ପଏଣ୍ଟରେ ତେଲୁଗୁ ଯୋଦ୍ଧାସ୍‌କୁ ଏବଂ ଚେନ୍ନାଇ ୪୨-୧୯ରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଗୁଜରାଟ, ଯୋଦ୍ଧାସ୍‌ ଓ ଚେନ୍ନାଇ ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଛନ୍ତି। ଚେନ୍ନାଇ ୯ ମ୍ୟାଚରୁ ୬ ବିଜୟ ସହ […] The post ଗୁଜରାଟ, ଚେନ୍ନାଇର ବୃହତ୍‌ ବିଜୟ appeared first on Dharitri Odia News.

ଗୁଜରାଟ, ଚେନ୍ନାଇର ବୃହତ୍‌ ବିଜୟ

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍‌ ଗନ୍ସ ବୃହତ୍‌ ବିଜୟ ହାସଲ କରିଛନ୍ତି। ଗୁଜରାଟ ୪୨-୨୨ ପଏଣ୍ଟରେ ତେଲୁଗୁ ଯୋଦ୍ଧାସ୍‌କୁ ଏବଂ ଚେନ୍ନାଇ ୪୨-୧୯ରେ ରାଜସ୍ଥାନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଗୁଜରାଟ, ଯୋଦ୍ଧାସ୍‌ ଓ ଚେନ୍ନାଇ ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଛନ୍ତି। ଚେନ୍ନାଇ ୯ ମ୍ୟାଚରୁ ୬ ବିଜୟ ସହ ୨୨ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଫେରିଛି। ଗୁଜରାଟ ୯ ମ୍ୟାଚରୁ ୬ ବିଜୟ ସହ ୨୧ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଚଳିତ ସିଜନରେ ନିଜର ଶେଷ ଲିଗ୍‌ ମ୍ୟାଚ ଖେଳିଥିବା ତେଲୁଗୁ ଯୋଦ୍ଧାସ୍‌ ୧୦ ମ୍ୟାଚରୁ ୬ ବିଜୟ ସହ ୧୮ ପଏଣ୍ଟରେ ସ୍ଥିର ରହିଛି। ରାଜସ୍ଥାନ ୧୦ ମ୍ୟାଚରୁ ୧୦ ପରାଜୟ ସହ ଅଭିଯାନ ଶେଷ କରିଛି। ମଙ୍ଗଳବାର ଓଡ଼ିଶା ଜଗରନଟ୍ସ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌କୁ ଭେଟିବ। ଏହି ମ୍ୟାଚ ଜିତି ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ଆଶାରେ ରହିଛି। ବର୍ତ୍ତମାନ ଏହି ଦଳ ୯ ମ୍ୟାଚରୁ ୫ ବିଜୟ ସହ ୨୦ ପଏଣ୍ଟ ପାଇଛି।

The post ଗୁଜରାଟ, ଚେନ୍ନାଇର ବୃହତ୍‌ ବିଜୟ appeared first on Dharitri Odia News.