ଲୋକଙ୍କ ଆସ୍ଥା ଭାଜନ ହେବ ଏବଂ କଂଗ୍ରେସ ୯ ଆସନରୁ ୯୦ ଆସନରେ ପହଞ୍ଚିବ: ଶରତ

ଭଦ୍ରକ: ଭଦ୍ରକ ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଭଦ୍ରକ ସହରରେ ଶୋଭଯାତ୍ରା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭଦ୍ରକ ସହରର ଗେଲପୁର ଠାରେ ଜିଲ୍ଲା କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଥିଲା । ତେବେ ଶରତ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସମ୍ପର୍କ ଅଛି । କେବଳ ଓଡିଶାର ଲୋକଙ୍କୁ  ଭୁଆଁ ବୁଲାଉଛନ୍ତି । ଆଗାମୀ ଦିନରେ କଂଗ୍ରେସ ପ୍ରତି ଲୋକଙ୍କର ଆସ୍ଥା ବଢିଛି । ଲୋକଙ୍କ ବିଶ୍ୱାସର ପାତ୍ର ହୋଇଛି ଓ ଆଗାମୀ ଦିନରେ କଂଗ୍ରେସ ୯ଆସନରୁ ୯୦ ଆସନରେ ପହଞ୍ଚିବ ।ସୂଚନାଯୋଗ୍ୟ ଆଜି ନିର୍ବାଚନୀ ବିଗୁଲ ବାଜିଛି। ଓଡିଶାର ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଭୋଟ୍ ଗ୍ରହଣ ହେବ। ସମଗ୍ର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏହି ସମୟରେ ଓଡ଼ିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେଉଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ମେ ୧୩- କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁରମେ ୨୦ - ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କାମେ ୨୫- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ଵରଜୁନ ୧- ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର

ଲୋକଙ୍କ ଆସ୍ଥା ଭାଜନ ହେବ ଏବଂ କଂଗ୍ରେସ ୯ ଆସନରୁ ୯୦ ଆସନରେ ପହଞ୍ଚିବ: ଶରତ

ଭଦ୍ରକ: ଭଦ୍ରକ ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଭଦ୍ରକ ସହରରେ ଶୋଭଯାତ୍ରା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭଦ୍ରକ ସହରର ଗେଲପୁର ଠାରେ ଜିଲ୍ଲା କଂଗ୍ରେସ ତରଫରୁ ସ୍ୱାଗତ କରାଯାଇଥିଲା । ତେବେ ଶରତ ପଟ୍ଟନାୟକ କହିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସମ୍ପର୍କ ଅଛି । କେବଳ ଓଡିଶାର ଲୋକଙ୍କୁ  ଭୁଆଁ ବୁଲାଉଛନ୍ତି । ଆଗାମୀ ଦିନରେ କଂଗ୍ରେସ ପ୍ରତି ଲୋକଙ୍କର ଆସ୍ଥା ବଢିଛି । ଲୋକଙ୍କ ବିଶ୍ୱାସର ପାତ୍ର ହୋଇଛି ଓ ଆଗାମୀ ଦିନରେ କଂଗ୍ରେସ ୯ଆସନରୁ ୯୦ ଆସନରେ ପହଞ୍ଚିବ ।

ସୂଚନାଯୋଗ୍ୟ ଆଜି ନିର୍ବାଚନୀ ବିଗୁଲ ବାଜିଛି। ଓଡିଶାର ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଭୋଟ୍ ଗ୍ରହଣ ହେବ। ସମଗ୍ର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏହି ସମୟରେ ଓଡ଼ିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେଉଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। 

ମେ ୧୩- କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର

ମେ ୨୦ - ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା

ମେ ୨୫- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ଵର

ଜୁନ ୧- ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର