ଟେଙ୍କର ମାଛି ଆକ୍ରମଣ ରେ ଦୁଇ ଜଣ ମହିଳା ଗୁରୁତ୍ୱର…ପାହାଡ଼ ରୁ ରଂଜା ଆଣିବାକୁ ଯାଇଥିଲେ….

ଲକ୍ଷ୍ମୀପୁର ୧୨:୦୭ …. ଲକ୍ଷ୍ମୀପୁର ବ୍ଲକ ବଡ଼କୁଟୀଙ୍ଗା ଗାଁ ର ଦୁଇଜଣ ମହିଳା  ଟେଙ୍କର ମାଛି (ଏକ ପ୍ରକାର ମହୁ ମାଛି )  ଆକ୍ରମଣ ରେ ଗୁରୁତ୍ୱ ର ଭାବେ ଆହତ ହୋଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଚ୍ୟ କେନ୍ଦ୍ର ରେ ଚିକିଶ୍ଚିତ ହେଉଛନ୍ତି। ଖବର ନେବାରେ ଜଣା ପଡିଛିକି ଶନିବାର ସକାଳୁ ଜୁଲ ମିନିଆକା ଓ ଗୁମି ମିନିଆକା ନାମକ ଦୁଇଜଣ ମହିଳା ନିଜ ବାଡ଼ି ରେ ଲଗେଇଥିବା ବିନ୍ସ ଗଛ ରେ ରଂଜା ଦେବା ସକାଶେ କଥା ହୋଇ […] The post ଟେଙ୍କର ମାଛି ଆକ୍ରମଣ ରେ ଦୁଇ ଜଣ ମହିଳା ଗୁରୁତ୍ୱର…ପାହାଡ଼ ରୁ ରଂଜା ଆଣିବାକୁ ଯାଇଥିଲେ…. appeared first on Odisha.News.

ଟେଙ୍କର ମାଛି ଆକ୍ରମଣ ରେ ଦୁଇ ଜଣ ମହିଳା ଗୁରୁତ୍ୱର…ପାହାଡ଼ ରୁ ରଂଜା ଆଣିବାକୁ ଯାଇଥିଲେ….

ଲକ୍ଷ୍ମୀପୁର ୧୨:୦୭ …. ଲକ୍ଷ୍ମୀପୁର ବ୍ଲକ ବଡ଼କୁଟୀଙ୍ଗା ଗାଁ ର ଦୁଇଜଣ ମହିଳା  ଟେଙ୍କର ମାଛି
(ଏକ ପ୍ରକାର ମହୁ ମାଛି )  ଆକ୍ରମଣ ରେ ଗୁରୁତ୍ୱ ର ଭାବେ ଆହତ ହୋଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଚ୍ୟ କେନ୍ଦ୍ର ରେ ଚିକିଶ୍ଚିତ ହେଉଛନ୍ତି। ଖବର ନେବାରେ ଜଣା ପଡିଛିକି ଶନିବାର ସକାଳୁ ଜୁଲ ମିନିଆକା ଓ ଗୁମି ମିନିଆକା ନାମକ ଦୁଇଜଣ ମହିଳା ନିଜ ବାଡ଼ି ରେ ଲଗେଇଥିବା ବିନ୍ସ ଗଛ ରେ ରଂଜା ଦେବା ସକାଶେ କଥା ହୋଇ ନିକଟସ୍ତ ପାହାଡ଼ ରେ ରଂଜା ସଂଗ୍ରହ କରିବା କୁ ଯାଇଥିଲେ। ପାହାଡ଼ ର ଜଙ୍ଗଲ ଭିତରେ ରଂଜା ହାଣୁଥିବା ସମୟରେ ଗଛ ଉପରେ ଥିବା ଶତାଧିକ ଟେଙ୍କର ମାଛି ଉଭୟ ଙ୍କ ଦେହସାରା କାମୁଡି ଦେଇଥିଲେ, ଜୀବନ ବିକଳ ରେ ପାହାଡ଼ ଉପରୁ ଦୌଡ଼ି ଦୌଡ଼ି ଗାଁ କୁ ଚାଲି ଆସିଥିଲେ। ଗାଁ ରେ ସମ୍ପର୍କୀୟ ମାନେ ଟେଙ୍କର ମାଛି ଆକ୍ରମଣ ହୋଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଭର୍ତି କରାଇଥିଲେ। ଡାକ୍ତରଖାନା ରେ ଉଭୟ ଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଟେଙ୍କର ମାଛି ଯୋଗୁଁ ଦେହ ସାରା ବିଷାକ୍ତ ହୋଇ ପ୍ରବଳ ବ୍ୟଥା ହଉଥିବା କାରଣ ରୁ କେହି ମଧ୍ୟ ଶୋଇ ପାରୁନଥିବା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଗତ ବର୍ଷ ଏମିତି ହିଁ ଟେଙ୍କର ମାଛି ଆକ୍ରମଣ ରେ ଜଣ ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇ କୋରାପୁଟ  ଜିଲ୍ଲା ଏସଏଲ ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର ହୋଇଥିଲେ।

The post ଟେଙ୍କର ମାଛି ଆକ୍ରମଣ ରେ ଦୁଇ ଜଣ ମହିଳା ଗୁରୁତ୍ୱର…ପାହାଡ଼ ରୁ ରଂଜା ଆଣିବାକୁ ଯାଇଥିଲେ…. appeared first on Odisha.News.