ଭିନେଶଙ୍କୁ ନେଇ ନୀରଜ ଚୋପ୍ରାଙ୍କ ବଡ଼ ବୟାନ, କହିଲେ ଆମେ ସବୁ ଜାଣୁ…

ନୂଆଦିଲ୍ଲୀ,୧୧।୮: ଭାରତୀୟ ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା। ନୀରଜ ଚୋପ୍ରା କହିଛନ୍ତ, ଆମେ ସମସ୍ତେ ଜାଣୁ ଯେ ଯଦି ସେ ପଦକ ପାଆନ୍ତି ତେବେ ଏହା ପ୍ରକୃତରେ ଭଲ ହେବ। ଯଦି ଏପରି ପରିସ୍ଥିତି ଉପୁଜି ନ ଥାନ୍ତା, ତେବେ ସେ ପଦକ ପାଇଥାନ୍ତେ। ନୀରଜ ଚୋପ୍ରା ଆହୁରି କହିଛନ୍ତି, ଯଦି ଆମେ ପଦକ ପାଇଛୁ ତେବେ ଲୋକମାନେ ଆମକୁ କିଛି ସମୟ ପାଇଁ ମନେ ରଖନ୍ତି। କୁହନ୍ତି […] The post ଭିନେଶଙ୍କୁ ନେଇ ନୀରଜ ଚୋପ୍ରାଙ୍କ ବଡ଼ ବୟାନ, କହିଲେ ଆମେ ସବୁ ଜାଣୁ… appeared first on Dharitri Odia News.

ଭିନେଶଙ୍କୁ ନେଇ ନୀରଜ ଚୋପ୍ରାଙ୍କ ବଡ଼ ବୟାନ, କହିଲେ ଆମେ ସବୁ ଜାଣୁ…

ନୂଆଦିଲ୍ଲୀ,୧୧।୮: ଭାରତୀୟ ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା। ନୀରଜ ଚୋପ୍ରା କହିଛନ୍ତ, ଆମେ ସମସ୍ତେ ଜାଣୁ ଯେ ଯଦି ସେ ପଦକ ପାଆନ୍ତି ତେବେ ଏହା ପ୍ରକୃତରେ ଭଲ ହେବ। ଯଦି ଏପରି ପରିସ୍ଥିତି ଉପୁଜି ନ ଥାନ୍ତା, ତେବେ ସେ ପଦକ ପାଇଥାନ୍ତେ।

ନୀରଜ ଚୋପ୍ରା ଆହୁରି କହିଛନ୍ତି, ଯଦି ଆମେ ପଦକ ପାଇଛୁ ତେବେ ଲୋକମାନେ ଆମକୁ କିଛି ସମୟ ପାଇଁ ମନେ ରଖନ୍ତି। କୁହନ୍ତି ଯେ, ଆମେ ସେମାନଙ୍କ ଚାମ୍ପିଅନ, କିନ୍ତୁ ଯଦି ଆମେ ପଦକ ପାଇନାହୁଁ ତେବେ ସେମାନେ ମଧ୍ୟ ଆମକୁ ଭୁଲିଯାଆନ୍ତି। ମୁଁ କେବଳ ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଭିନେଶ ଯାହା କହିଛନ୍ତି ତାକୁ ଭୁଲିଯାଆନ୍ତୁ ନାହିଁ, ସମସ୍ତେ ମନେ ରଖିବା ଉଚିତ ଯେ ସେ ଦେଶ ପାଇଁ କ’ଣ କରିଛନ୍ତି?

କହିରଖୁଛୁ ଯେ, ପ୍ୟାରିସ ଅଲିମ୍ପିକ ଫାଇନାଲରେ ଭାରତୀୟ ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାକୁ ନେଇ ସେ କୋର୍ଟରେ ପହଞ୍ଚିଥିଲେ। ବର୍ତ୍ତମାନ ଏହି ମାମଲା ସ୍ପୋର୍ଟସ କୋର୍ଟ CAS ରେ ଅଛି। CAS ମାମଲାରେ କ୍ରୀଡ଼ା କୋର୍ଟ ଏହାର ନିଷ୍ପତ୍ତି ଦେବେ। ପ୍ୟାରିସ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ୧୩ ତାରିଖରେ ଭିନେଶ ଫୋଗଟ ମାମଲାର ନିଷ୍ପତ୍ତି ଆସିପାରେ ବୋଲି କୁହଯାଉଛି। ଯଦି ଏହି ନିଷ୍ପତ୍ତି ଭନେଶଙ୍କ ସପକ୍ଷରେ ଆସେ ତେବେ ସେ ରୋପ୍ୟ ପଦକ ପାଇପାରନ୍ତି।

The post ଭିନେଶଙ୍କୁ ନେଇ ନୀରଜ ଚୋପ୍ରାଙ୍କ ବଡ଼ ବୟାନ, କହିଲେ ଆମେ ସବୁ ଜାଣୁ… appeared first on Dharitri Odia News.