ଯାତ୍ରା ପରେ ଲାଟିନ୍ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର
ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଫେବୃଆରୀ ୨୬ରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ପାଳନ କରାଯାଇଥିଲା। ଯାତ୍ରା ସରିବାର ୨ଦିନ ପରେ ଏହିସବୁ ସଂସ୍ଥା ନିଜ ନିଜର ପୋଷ୍ଟର ବ୍ୟାନର ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ଦୈବିସ୍ଥଳୀ ଚତୁଃପାର୍ଶ୍ୱରେ ପଡ଼ିଥିବା ଅଳିଆ ଆବର୍ଜନା, ଜରି ଓ କାଗଜ ଇତ୍ୟାଦି ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ଫଳରେ ବ୍ୟାନରଗୁଡିକୁ ଅନ୍ୟମାନେ ଖୋଲିନେଇ ନିଜ ଘରୋଇ ବ୍ୟବହାରରେ ଲଗାଇଥାନ୍ତି। ଏପରି ଦେଖିବାକୁ ମିଳିଛି ବାଲିସାଗର ପୋଖରୀ ତଳେ ଥିବା ଏକ […] The post ଯାତ୍ରା ପରେ ଲାଟିନ୍ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର appeared first on Dharitri Odia News.
ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଫେବୃଆରୀ ୨୬ରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ପାଳନ କରାଯାଇଥିଲା। ଯାତ୍ରା ସରିବାର ୨ଦିନ ପରେ ଏହିସବୁ ସଂସ୍ଥା ନିଜ ନିଜର ପୋଷ୍ଟର ବ୍ୟାନର ପ୍ରତି ଧ୍ୟାନ ଦିଅନ୍ତି ନାହିଁ କିମ୍ବା ଦୈବିସ୍ଥଳୀ ଚତୁଃପାର୍ଶ୍ୱରେ ପଡ଼ିଥିବା ଅଳିଆ ଆବର୍ଜନା, ଜରି ଓ କାଗଜ ଇତ୍ୟାଦି ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ଫଳରେ ବ୍ୟାନରଗୁଡିକୁ ଅନ୍ୟମାନେ ଖୋଲିନେଇ ନିଜ ଘରୋଇ ବ୍ୟବହାରରେ ଲଗାଇଥାନ୍ତି।
ଏପରି ଦେଖିବାକୁ ମିଳିଛି ବାଲିସାଗର ପୋଖରୀ ତଳେ ଥିବା ଏକ ଡ୍ରେନ୍ରେ ଲୋକମାନେ ଶୌଚ କରିଥାନ୍ତି। ଅଳିଆ ଆବର୍ଜନା ପକାଇଥାନ୍ତି। କୁକୁଡ଼ା ପର, ମାଛକାତି ଓ ଅଣ୍ଡା ଖୋଳପା ଆଦି ପକାଇଥାନ୍ତି। କେହି ଜଣେ ବ୍ୟକ୍ତି ମାଲକାନଗିରି ସଦର ମହକୁମା ବାବା ମଲ୍ଲିକେଶ୍ୱର ଖଡୁରା ସମାଜ ବ୍ୟାନରକୁ ଉଠାଇ ଆଣି ଉକ୍ତ ଲାଟିନ ଚତୁଃପାର୍ଶ୍ୱରେ ଘୋଡ଼ାଇ ଶୌଚ ନିମନ୍ତେ ବ୍ୟବହାର କରୁଛନ୍ତି। ଏ ସମ୍ବନ୍ଧରେ ମଲ୍ଲିକେଶ୍ୱର ଖଡୁରା ସମାଜ ସଭାପତିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
The post ଯାତ୍ରା ପରେ ଲାଟିନ୍ରେ ଘୋଡ଼ାଗଲା ଠାକୁରଙ୍କ ବ୍ୟାନର appeared first on Dharitri Odia News.