ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ ଏକ ମାମଲାରେ ପୋଲିସ ଅଟକ ରଖିଛି। ମୁମ୍ବାଇରେ ଏକ ହୁକ୍କା ବାର୍‌ରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଗତ ରାତିରେ ଅଟକ ରଖିଥିଲା ପୋଲିସ। ଏହା ପରେ ମୁମ୍ବାଇ ପୋଲିସ ତାଙ୍କୁ ଛାଡିଦେଇଥିବା ଜଣାପଡିଛି। ମୁମ୍ବାଇ ପୋଲିସ କହିବାନୁଯାୟୀ, ମୁନାୱାର ଫାରୁକିଙ୍କ ସହ ୧୪ ଜଣଙ୍କୁ ମଙ୍ଗଳବାର […] The post ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ ଏକ ମାମଲାରେ ପୋଲିସ ଅଟକ ରଖିଛି। ମୁମ୍ବାଇରେ ଏକ ହୁକ୍କା ବାର୍‌ରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଗତ ରାତିରେ ଅଟକ ରଖିଥିଲା ପୋଲିସ। ଏହା ପରେ ମୁମ୍ବାଇ ପୋଲିସ ତାଙ୍କୁ ଛାଡିଦେଇଥିବା ଜଣାପଡିଛି।

ମୁମ୍ବାଇ ପୋଲିସ କହିବାନୁଯାୟୀ, ମୁନାୱାର ଫାରୁକିଙ୍କ ସହ ୧୪ ଜଣଙ୍କୁ ମଙ୍ଗଳବାର ରାତିରେ ଫୋର୍ଟ ଅଞ୍ଚଳରେ ହୁକ୍କା ବାର୍‌ ଉପରେ ହୋଇଥିବା ରେଡ୍‌ ଘଟଣାରେ ଅଟକ ରଖାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପଚରାଉଚରା ପରେ ସମସ୍ତଙ୍କୁ ଛାଡିଦିଆଯାଇଛି।

The post ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.