ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର
ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ। କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି। ଏହି ସମୟରେ ଯୁବ ଚାଷୀ ବେହେରା ଉନ୍ନତ କିସମର ଧାନଚାଷ କରି […] The post ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର appeared first on Dharitri Odia News.
ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ ଓ ଚାଷୀଙ୍କୁ ନେଇ ବେଶ ଗର୍ବିତ। କୃଷି ଓ ମତ୍ସ୍ୟଚାଷ ପାଇଁ ସମଗ୍ର ଭାରତ ବର୍ଷ ପାଇଁ ଉଦାହରଣ ପାଲଟିଛି କଳାହାଣ୍ଡି। ଏହି ସମୟରେ ଯୁବ ଚାଷୀ ବେହେରା ଉନ୍ନତ କିସମର ଧାନଚାଷ କରି ଲାଭବାନ ହେବା ସହ ଧାନତଳିରେ ବିଭିନ୍ନ ପ୍ରକାର ଜାତୀୟ ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଚଳିତବର୍ଷ ମଧ୍ୟ ନିଜ ଚାଷ ଜମିରେ ତଳି ମାଧ୍ୟମରେ ରାଷ୍ଟ୍ରପତିଙ୍କ ପ୍ରତିଛବିକୁ ଆଙ୍କିବାର ପ୍ରୟାସ କରିଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଅଭିନ ଉଦ୍ୟମ କରି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି। ତଳିରେ ତ୍ରିରଙ୍ଗାର ରଙ୍ଗ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କୃତି କରିବାରେ ସଫଳ ହୋଇଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ମାନଚିତ୍ର ତିନି ରଙ୍ଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ ୭୫ ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା।
ପ୍ରକାଶ ଯେ, ୨୦୧୨ରୁ ପ୍ରାଣରଞ୍ଜନ ବେହେରା ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଂଗକୁ ତଳି କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବା ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ‘ସେଭ ଓ ମେନ ସେଭ ନେଶନ’, ସେଭ ଗାର୍ଲ ଚାଇଲ୍ଡ ସେଭ ମଦର, ସ୍ବଚ୍ଛ ଭାରତ ଉପରେ‘ଟୁ ଗେଦର ଉଇ କେନ’ ଶିକ୍ଷା ଉପରେ ଏଜୁକେସନ ଫର ଅଲ, ୩୭୦ ଧାରା ଉଚ୍ଛେଦ ଉପରେ ୱାନ ଫ୍ଲାଗ ୱାନ ନେଶନ-ୱାନ କଣ୍ଟିଚ୍ୟୁଶନ ଇତ୍ୟାଦି ବିଶେଷ ଆଦୃତ ହୋଇଥିଲା। ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ତଥା ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣରଞ୍ଜନ ବେହେରା ଜୈବିକ ପ୍ରଣାଳୀରେ ଚାଷ କରି ସ୍ବଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସରେ ଅନ୍ୟାନ୍ୟ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି। ଏକାଧାରରେ ଜଣେ ସଫଳ ଚାଷୀ, ସୁଲେଖକ ଓ ସାମାଜିକ କର୍ମୀ ଭାବେ ବିଭିନ୍ନ ଜିଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇପାରିଛନ୍ତି। ଜଣେ ସାଧାରଣ ଓଡ଼ିଆ ଚାଷୀ ଭାବେ ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ମୁଖ୍ୟ ଜଣେ ଓଡ଼ିଆ ମହିଳାଙ୍କୁ ସମ୍ମାନ ଜଣାଇ ଏହି କୃତି କରିଥିବା ପ୍ରାଣରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
The post ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର appeared first on Dharitri Odia News.