ମହିଳାଙ୍କୁ ତିନିଶହ ଗଛ ବାଣ୍ଟିଲେ ବନବିଭାଗ
କନ୍ଧମାଳ: ଫିରିଙ୍ଗିଆ ପଞ୍ଚାୟତ ତରଫରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୃକ୍ଷ ବଣ୍ଟନ କରାଯାଇଛି। ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ମୌସୁମୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ମହିଳା ମହାସଂଘ ସଭାନେତ୍ରୀ ମାମୁନି ପ୍ରଧାନ, ଏମ୍ବିକେ ବୈଜୟନ୍ତୀ ସାହୁ, ବିଜେପି ଏସସି ମୋର୍ଚା ଫିରିଙ୍ଗିଆ ବ୍ଲକ ମହିଳା ସଭାପତି ସମ୍ପତି ଡିଗାଲ, ବ୍ଲକରେ କାର୍ଯ୍ୟରତ ସମସ୍ତ ସିଆରପି […]

କନ୍ଧମାଳ: ଫିରିଙ୍ଗିଆ ପଞ୍ଚାୟତ ତରଫରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୃକ୍ଷ ବଣ୍ଟନ କରାଯାଇଛି। ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ମୌସୁମୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ମହିଳା ମହାସଂଘ ସଭାନେତ୍ରୀ ମାମୁନି ପ୍ରଧାନ, ଏମ୍ବିକେ ବୈଜୟନ୍ତୀ ସାହୁ, ବିଜେପି ଏସସି ମୋର୍ଚା ଫିରିଙ୍ଗିଆ ବ୍ଲକ ମହିଳା ସଭାପତି ସମ୍ପତି ଡିଗାଲ, ବ୍ଲକରେ କାର୍ଯ୍ୟରତ ସମସ୍ତ ସିଆରପି ଉପସ୍ଥିତ ଥିଲେ। ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଗ୍ରାମଂଚଳରୁ ଆସିଥିବା ମହିଳା ମାନଙ୍କୁ ପ୍ରାୟ ତିନିଶହଟି ବୃକ୍ଷ ବଣ୍ଟନ କରାଯାଇଥିବା ବେଳେ ଏହି ସମସ୍ତ ଗଛକୁ ଫିରିଙ୍ଗିଆ ବନବିଭାଗ ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ।