୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଲେ ବଡ଼ ଖୁଲାସା
ମମ୍ବାଇ: ୫୧ବର୍ଷରେ ବିବାହ କରିଛନ୍ତି ଗୀତା ମଆ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଗୀତା କପୁରଙ୍କ ‘ଗୀତା ମାଆ’ ଭାବେ ଘରେ ଘରେ ପରିଚିତ। ଫିଜା, ଅଶୋକା, ସାଥିଆ, ହେ ବେବ, ଆଲାଦ୍ଦିନ ପରି ଅଗଣିତ ଫିଲ୍ମରେ କୋରିଓଗ୍ରାଫି କରିଥିବା ଗୀତା କପୁର ମଧ୍ୟ ଟିଭି ଜଗତରେ ବହୁତ ସକ୍ରିୟ ଅଟନ୍ତି। ଗୀତା ଦୀର୍ଘ ସମୟ ଧରି ରିଆଲିଟି ଶୋ’ରେ ଜଜ୍ ଭାବେ ନଜର ଆସିଛନ୍ତି। ତେବେ ତାଙ୍କ ବିବାହକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। […] The post ୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଲେ ବଡ଼ ଖୁଲାସା appeared first on Dharitri Odia News.
ମମ୍ବାଇ: ୫୧ବର୍ଷରେ ବିବାହ କରିଛନ୍ତି ଗୀତା ମଆ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଗୀତା କପୁରଙ୍କ ‘ଗୀତା ମାଆ’ ଭାବେ ଘରେ ଘରେ ପରିଚିତ। ଫିଜା, ଅଶୋକା, ସାଥିଆ, ହେ ବେବ, ଆଲାଦ୍ଦିନ ପରି ଅଗଣିତ ଫିଲ୍ମରେ କୋରିଓଗ୍ରାଫି କରିଥିବା ଗୀତା କପୁର ମଧ୍ୟ ଟିଭି ଜଗତରେ ବହୁତ ସକ୍ରିୟ ଅଟନ୍ତି। ଗୀତା ଦୀର୍ଘ ସମୟ ଧରି ରିଆଲିଟି ଶୋ’ରେ ଜଜ୍ ଭାବେ ନଜର ଆସିଛନ୍ତି। ତେବେ ତାଙ୍କ ବିବାହକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହି ଖବରକୁ ଫ୍ୟାନ୍ସ ବି ବିଶ୍ୱାସ କରିପାରୁ ନାହାନ୍ତି। ଏହି ଚର୍ଚ୍ଚା ଭିତରେ ନିଜର ନୀରବତା ଭାଙ୍ଗିଛନ୍ତି ଗୀତା। ଆଉ ଏ ସମ୍ପର୍କରେ ଖୁଲାସା କରିଛନ୍ତି।
୫୧ ବର୍ଷୀୟ ଗୀତା କପୁର ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। କିନ୍ତୁ ଅନେକ ଥର ଗୁଜବ ପ୍ରଚାରିତ ହୋଇଛି ଯେ ସେ ଳଚାଚୋରାରେ ବିବାହ କରିଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ମୋ ବିଷୟରେ ଗୁଜବ ପ୍ରଚାରିତ ହୋଇଛି। ଚର୍ଚ୍ଚା ହେଉଛି କି, ମୁଁ ଚୁପଚାପ ବିବାହ କରିଛି, ଯଦିଓ ମୁଁ କରି ନାହିଁ। ଯଦି ମୁଁ ବିବାହ କରିଥା’ନ୍ତି, ମୁଁ ଗର୍ବର ସହିତ କହିଥାନ୍ତି । ଏପରି ଗୁଜବ ମୋତେ ଆଶ୍ଚର୍ଯ୍ୟ କରିଛି।
The post ୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଲେ ବଡ଼ ଖୁଲାସା appeared first on Dharitri Odia News.