ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଭଲ ଆରମ୍ଭ ହୋଇ ନ ଥିଲା। ଦଳର ଟପ ଅର୍ଡର ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲେ। ତେବେ ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପନ୍ତ ବ୍ୟାଟିଂ କରିବାକୁ ଆସିବା କ୍ଷଣି ଅଷ୍ଟ୍ରେଲିଆର ଅଫ ସ୍ପିନର ନାଥନ […] The post ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଭଲ ଆରମ୍ଭ ହୋଇ ନ ଥିଲା। ଦଳର ଟପ ଅର୍ଡର ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲେ। ତେବେ ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପନ୍ତ ବ୍ୟାଟିଂ କରିବାକୁ ଆସିବା କ୍ଷଣି ଅଷ୍ଟ୍ରେଲିଆର ଅଫ ସ୍ପିନର ନାଥନ ଲିଅନ ତାଙ୍କ ଆଡକୁ ଦୌଡ଼ି ଆସି କହିଲେ,ପନ୍ତ ଆଇପିଏଲ ୨୦୨୫ ନିଲାମରେ କେଉଁ ଦଳକୁ ଯିବ। ଏକଥା ଶୁଣି ପନ୍ତ ହସନ୍ତି ଏବଂ ତା’ପରେ ଉତ୍ତର ଦିଅନ୍ତି, ନୋ ଆଇଡିଆ(କୌଣସି ଧାରଣା ନାହିଁ)। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ପ୍ରଥମ ଇନିଂସରେ ଯସଶ୍ୱୀ ଜୟସ୍ବାଲ ଖାତା ଖୋଲିପାରି ନ ଥିଲେ। ମିଚେଲ ଷ୍ଟାର୍କ ତାଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ତିନି ନମ୍ବରରେ ଆସିଥିବା ଦେବଦତ୍ତ ପଡିକଲ ମଧ୍ୟ ଶୂନ୍ୟରେ ପାଭିଲିୟନକୁ ଫେରିଥିଲେ। ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ସେ ପାଞ୍ଚ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଇନିଂସ ଖୋଲିବାକୁ ଆସିଥିବା କେ.ଏଲ ରାହୁଲ ୩ ଚୌକା ସହାୟତାରେ ୭୪ ବଲରେ ୨୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ତା’ପରେ ଧ୍ରୁବ ଜୁରେଲ ୧୧ ରନ ସ୍କୋର କରିବା ପରେ ଏବଂ ୱାଶିଂଟନ ସୁନ୍ଦର ଚାରି ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୭୩ ରନ ପାଇଁ ୬ ଉଇକେଟ ଖସିଯିବା ପରେ ରିଷଭ ପନ୍ତ ଏବଂ ନୀତୀଶ କୁମାର ରେଡ୍ଡୀ ଇନିଂସ ନେଇଥିଲେ। ଦୁହେଁ ସପ୍ତମ ଉଇକେଟ ପାଇଁ ୪୮ ରନ ଭାଗିଦାରୀ କରିଥିଲେ। ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୭୮ ବଲରେ ୩୭ ରନ ସ୍କୋର କରିବା ପରେ ପନ୍ତ ଆଉଟ ହୋଇଥିଲେ। ଭାରତ ମାତ୍ର ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

The post ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ appeared first on Dharitri Odia News.