Video: ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ

ବଲାଙ୍ଗୀର,୨୩।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍‌ରେ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ କେତେ କ୍ଷୟକ୍ଷତି ଘଟିଛି ତାହାରି ମଧ୍ୟ ସୂଚନା ମିଳିପାରି ନାହିଁ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ […] The post Video: ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.

Video: ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ

ବଲାଙ୍ଗୀର,୨୩।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍‌ରେ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ କେତେ କ୍ଷୟକ୍ଷତି ଘଟିଛି ତାହାରି ମଧ୍ୟ ସୂଚନା ମିଳିପାରି ନାହିଁ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି। ଏପରିକି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଯୋଗ୍ୟ, କାରଖାନାର ୧୨ ନମ୍ବର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ବିସ୍ଫୋରଣ ପରେ ନିଆଁ ଶିଖା ବହୁ ଦୂରକୁ ଦେଖା ଯାଇଥିଲା।

The post Video: ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ appeared first on Dharitri Odia News.