ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ
ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ ଲଗାତର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏଥର ଓଡ଼ିଶାରେ ଭାଜପା ସରକାର ହେବାକୁ ଯାଉଛି। ସାରା ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବର୍ଷିବା ସହ ଶାହା […] The post ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ appeared first on Dharitri Odia News.
ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ ଲଗାତର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏଥର ଓଡ଼ିଶାରେ ଭାଜପା ସରକାର ହେବାକୁ ଯାଉଛି। ସାରା ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବର୍ଷିବା ସହ ଶାହା ପାଣ୍ଡିଆନଙ୍କ ନାଁ ନ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ତାମିଲ ବାବୁଙ୍କୁ ଓଡ଼ିଶାର ରାଜ୍ୟ ବନେଇଛନ୍ତି। ଆପଣମାନେ ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ, ଭାଜପା ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ। ଭାଜପାକୁ ସୁଯୋଗ ଦିଅନ୍ତୁ, ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୂରାଇବୁ। ୭୫ ବିଧାନସଭା ସିଟ ଜିତାନ୍ତୁ, ଆମ ସରକାର ବନାନ୍ତୁ । ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ ବୋଲି ଶାହା କହିଛନ୍ତି।
The post ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ appeared first on Dharitri Odia News.